ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)
ପଦ୍ମଶ୍ରୀ ଗୁରୁ ମାୟାଧର ରାଉତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ । ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଖ୍ୟାତିସମ୍ପନ୍ନ
ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଗୁରୁ ମାୟାଧର ରାଉତଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ
ମର୍ମାହତ । ଓଡ଼ିଶୀକୁ ଶାସ୍ତ୍ର ଭିତ୍ତିକ ଜ୍ଞାନରେ ପୁନର୍ଜୀବିତ କରିବାରେ ସେ ଅଗ୍ରଣୀ ଦାୟିତ୍ୱ
ତୁଲାଇଥିଲେ । ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶୀ ନୃତ୍ୟର ଗରିମା ତଥା ଓଡ଼ିଶାର ଅଭିନୟ
ଶବ୍ଦକୋଷକୁ ସମୃଦ୍ଧ କରିବାରେ
ତାଙ୍କର ଜୀବନବ୍ୟାପୀ ଅବଦାନ ଚିର ସ୍ମରଣୀୟ ହୋଇରହିବ । ଅମର ଆତ୍ମାର ସଦଗତି କାମନା କରିବା ସହ
ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଓଁ ଶାନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା