ଭୁବନେଶ୍ୱର 22 ଫେବ୍ରୁଆରି (ହି.ସ.)- କାଶୀ ବିଶ୍ୱନାଥଙ୍କ ଦର୍ଶନ କଲେ ଡ.ମୁକେଶ ମହାଲିଙ୍ଗ । ଏହି
ପବିତ୍ର କାଶୀ ସହରରେ ସେ ବାବା ବିଶ୍ଵନାଥଙ୍କ ଦର୍ଶନ ଲାଭ କରି ବିଶ୍ୱବାସୀଙ୍କ ମଙ୍ଗଳ
କାମନା କରିଛନ୍ତି । ଏହି ଅବସରରେ ମନ୍ତ୍ରୀ କହିଛନ୍ତି ଯେ, ସଂସ୍କୃତି, ଆସ୍ଥା ଏବଂ
ଉନ୍ନତିର ସହର ହେଉଛି ବାରାଣସୀ। ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ନେତୃତ୍ୱରେ ବିକଶିତ
ହେଉଥିବା ଏହି ଐତିହାସିକ ସହରର ସଂସ୍କୃତି ଓ ଐତିହ୍ୟ ସହ ଜଡ଼ିତ ହେବାର ସୌଭାଗ୍ୟ ଲାଭ କଲି।ଏହି ଆଧ୍ୟାତ୍ମିକ ଯାତ୍ରାରେ ମୋ ସହ ଭଟଲିର ମାନ୍ୟବର ବିଧାୟକ ଶ୍ରୀ
ଇରାଶିସ ଆଚାର୍ଯ୍ୟ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା