24ରୁ ଓଡିଶା ଟ୍ରାଭେଲ ବାଜାର ୨୦୨୫
ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.) - ଭୁବନେଶ୍ୱରରେ ଷଷ୍ଠ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଓଡିଶା ଟ୍ରାଭେଲ ବାଜାର ୨୦୨୫। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ। ଭୁବନେଶ୍ୱରର ମେ' ଫେୟାର କନଭେନସନ ଓ ସ୍ୱସ୍ତି ପ୍ରିମୀୟମ ହୋଟେଲ ଠାରେ
24ରୁ ଓଡିଶା ଟ୍ରାଭେଲ ବାଜାର ୨୦୨୫


ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)

- ଭୁବନେଶ୍ୱରରେ ଷଷ୍ଠ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ଓଡିଶା

ଟ୍ରାଭେଲ ବାଜାର ୨୦୨୫। ଆସନ୍ତା ୨୪ ତାରିଖରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ।

ଭୁବନେଶ୍ୱରର ମେ' ଫେୟାର କନଭେନସନ ଓ ସ୍ୱସ୍ତି ପ୍ରିମୀୟମ ହୋଟେଲ ଠାରେ

ଲାଗିବ ଏହି ବାଜାର। ଏହା ଏକ ପ୍ରମୁଖ କ୍ରେତା ଓ ବିକ୍ରେତା ସମ୍ମିଳନୀ ହୋଇପାରିବ ବୋଲି

ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି। ଗୋଟିଏ ପ୍ଲାଟଫର୍ମରେ ଏକାଠି ହେବେ ଜାତୀୟ ଓ

ଅନ୍ତର୍ଜାତୀୟ ଟ୍ରାଭେଲ ଓ ଟୁର ଅପରେଟର, ଡେଷ୍ଟିନେସନ

ମ୍ୟାନେଜମେଣ୍ଟ କମ୍ପାନୀ, ଓ ଓଡ଼ିଶାର ସେଲର

ମାନଙ୍କୁ ଓଡ଼ିଶାର ବିଭିନ୍ନ ଟୁରିଯିମ ଅପରିଙ୍ଗଗୁଡିକୁ ଏକ୍ସପ୍ଲର କରିବା ପାଈଁ ଏକ ସୁଯୋଗ ସହ

ସମସ୍ତେ ଏକତ୍ରିତ ହୋଇପାରିବେ। ଏହି ବାଜାର ଓଡିଶାକୁ ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ପାଇଁ

ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ। ଭାରତର ୩0ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର ଅପରେଟର ଏବଂ

ଅଷ୍ଟ୍ରଳିଆ, ୟୁକେ, ଜର୍ମାନୀ , ବେଲ୍ଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ , ସିଙ୍ଗାପୁର ଭଳି

୧୭ଟି ଦେଶରୁ ୩୦ ରୁ ଅଧିକ ଟୁର ବିଦେଶର ଟୁର ଅପରେଟର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ

ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande