ଖୁବଶୀଘ୍ର କଂଗ୍ରେସର କମିଟି ଗଠନ ହେବ- ତାରା ବାହିନୀପତି
ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.) - ଚଳ ଚଞ୍ଚଳ କଂଗ୍ରେସ ଭବନ । ନୂଆ ପିସିସି ସଭାପତି ଭାବେ ଦାୟିତ୍ଵ ନେବା ଆକ୍ଟିଭ ମୋଡ଼ରେ ଭକ୍ତ ଦାସ । ଦଳର ବିଧାୟକ, ବରିଷ୍ଠ ନେତାଙ୍କୁ ନେଇ ବୈଠକ କରି ଆଗାମୀ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ପିସିସି ସଭାପତିଙ୍କ ଉପରେ ଯୁବ
ଖୁବଶୀଘ୍ର କଂଗ୍ରେସର କମିଟି ଗଠନ ହେବ- ତାରା ବାହିନୀପତି


ଭୁବନେଶ୍ୱର, 22 ଫେବ୍ରୁଆରି (ହି.ସ.)

- ଚଳ ଚଞ୍ଚଳ କଂଗ୍ରେସ ଭବନ । ନୂଆ ପିସିସି ସଭାପତି ଭାବେ

ଦାୟିତ୍ଵ ନେବା ଆକ୍ଟିଭ ମୋଡ଼ରେ ଭକ୍ତ ଦାସ । ଦଳର ବିଧାୟକ, ବରିଷ୍ଠ ନେତାଙ୍କୁ

ନେଇ ବୈଠକ କରି ଆଗାମୀ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ପିସିସି ସଭାପତିଙ୍କ ଉପରେ ଯୁବ

ଛାତ୍ର ସମାଜର ଭରସା ରହିଛି । ବିଧାନସଭା ଭିତରେ ଲଢେଇ ହେବ । ଦୀର୍ଘ 25 ବର୍ଷ ହେବ କଂଗ୍ରେସ ଦଳ ଶାସନରେ ନାହିଁ, ଆମ ପାଖରେ ଅର୍ଥ ମଧ୍ୟ ନାହିଁ, ଆମେ ଲୋକଙ୍କ ପାଖକୁ ଯିବୁ ଅର୍ଥ ମାଗିବୁ ସେହି ଅର୍ଥରେ

ନିର୍ବାଚନ ଲଢ଼ିବୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହନୀପତି। ଲୋକ ଆମକୁ

ସାହାଯ୍ୟ କରିବେ, ଏହା ଲୋକଙ୍କ ସରକାର ହେବ । ଭକ୍ତ ଦାସ ଜଣେ ଦକ୍ଷ ନେତା, ଖୁବଶୀଘ୍ର କମିଟି ଗଠନ ହେବ । ଦକ୍ଷ ନେତାଙ୍କୁ ହିଁ

କମିଟିର ଦାୟିତ୍ୱ ଦିଆଯିବ । କିଏ କାହା ଲୋକ ସେଥିରେ ବିଶ୍ୱାସ କରନ୍ତି ନାହିଁ ଭକ୍ତ ଦାସ, ତେଣୁ ଦକ୍ଷ ନେତାଙ୍କୁ ହିଁ ଦାୟିତ୍ୱ ଦିଆଯିବ ବୋଲି

ସେ କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande