ଖୋର୍ଦ୍ଧା, ୨୪ ଫେବ୍ରୁଆରି (ହି.ସ.) - ସୋମବାର ଖୋର୍ଦ୍ଧା ଉପକଣ୍ଠ କୁମ୍ଭାରବସ୍ତ ଗ୍ରାମ ମଧ୍ୟକୁ ଗୋଟିଏ ହରିଣ ଶାବକ ପଶି ଆସିଥିଲା। ଶାବକ ହରିଣକୁ କିଛି ବୁଲା କୁକୁର ଆକ୍ରମଣ କରିଥିଲେ।ତେବେ ସ୍ଥାନୀୟ ଲୋକେ ଆହତ ଅବସ୍ଥାରେ ହରିଣଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ଖୋର୍ଦ୍ଧା ପ୍ରାଣୀ ଚିକିତ୍ସାଳୟରେ ଭର୍ତି କରିଥିଲେ। ହେଲେ ଚିକିତ୍ସାଧିନ ଅବସ୍ଥାରେ ହରିଣ ଶାବକଟିର ମୃତ୍ୟୁ ହୋଇଥିବା ପ୍ରାଣୀ ଚିକିତ୍ସାଳୟ ପକ୍ଷରୁ ସୁଚନା ଦିଆଯାଇଛି।
ହିନ୍ଦୁସ୍ଥାନ ସମାଚାର/ରାକେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ରାକେଶ