ଭଦ୍ରକ, ୨୪ ଫେବୃୟାରୀ (ହି.ସ.) - ଭଦ୍ରକ ଇନ୍ଟାକ ଶାଖାର ପଂଚଦଶ ବାର୍ଷିକ ଉତ୍ସବ ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସମାବେଶ କେନ୍ଦ୍ର ‘ନିତ୍ୟାନନ୍ଦ ଭବନ’ କୁଆଁସ ଠାରେ ଶାଖାର କନ୍ଭେନ୍ର ଅବସରପ୍ରାପ୍ତ କମିଶନର ଦିଗମ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଶାନ୍ତନୁ କୁମାର ରାଉତଙ୍କ ଆମନ୍ତ୍ରଣ କ୍ରମେ ଉଦ୍ଘାଟକ ଭାବେ ଓଡ଼ିଶା ରାଜ୍ୟ ଶାଖାର କନ୍ଭେନର ତଥା ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଅମିୟ ଭୂଷଣ ତ୍ରିପାଠୀ, ମୁଖ୍ୟ ଅତିଥିଭାବେ ଓଡ଼ିଶା ରାଜ୍ୟ ଶାଖାର ଉପଦେଷ୍ଟା ତଥା ପୂର୍ବତନ ମୁଖ୍ୟ ନିର୍ବାଚନ ଆୟୁକ୍ତ ସଞ୍ଜିବ ଚନ୍ଦ୍ର ହୋତା, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ବାଗ୍ମୀ ଓଡ଼ିଶା ସାହ୍ୟି ଏକାଡ଼େମୀର ପୂର୍ବତନ ସଭାପତି ପ୍ରଫେସର ଡ଼ଃ ରାମଚନ୍ଦ୍ର ବେହେରା, ଶାଖାର ସହ କନ୍ଭେନର ଓ ଯୁଗ୍ମ ସହ କନ୍ଭେନର ମଞ୍ଚାସୀନ ଥିଲେ । ଅତିଥିବର୍ଗଙ୍କୁ ବ୍ୟାଜ୍, ଫୁଲତୋଡ଼ା ପ୍ରଦାନ କରିଥିଲେ ସ୍ନେହଲତା ବେହେରା, ଗୀତାରାଣୀ ଆଇଚ, କଳ୍ପନା ବେହେରା, ସ୍ମୃତିରେଖା ସାହୁ, ଭାରତୀ ବାଈ । ସମସ୍ତ ଅତିଥିଙ୍କ ଉପସ୍ଥିତିରେ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବ ଉଦ୍ଘାଯିତ ହୋଇଥିଲା । ଉଦ୍ଘାଟନରେ ସଂଯୋଜନା କରିଥିଲେ ବିବେକାନନ୍ଦ ମୁଖାର୍ଜୀ, ସଂଗ୍ରାମ କେଶରୀ ଦାସ, ମଦନ ମୋହନ ନାୟକ, ନରେନ୍ଦ୍ର ପ୍ରସାଦ ସାହୁ । ବେଦପାଠ କରିଥିଲେ ଆଶିଷ କୁମାର ଦେବଗୋସ୍ୱାମୀ । ଅଶୋକ କୁମାର ଦାସ, ହୃଷିକେଶ ମହାନ୍ତିଙ୍କ ପରିଚାଳନାରେ ଗାନ୍ଧି ଓଡ଼ିଶା ବାଳାଶ୍ରମର ଅନ୍ତେବାସୀ ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିଥିଲେ । ଅତିଥି ଚର୍ଚ୍ଚାର ଦାୟିତ୍ୱ ସଂପାଦନ କରିଥିଲେ ଉଦୟ ନାଥ ମହାନ୍ତି, ଇଂ ସୁବାଷ ଚନ୍ଦ୍ର ସାହୁ, ଅଜିତ କୁମାର ନାୟକ, ଯୁଧିଷ୍ଠିର ବାରିକ, ବାଦଲ କିଶୋର ମହାପାତ୍ର, ବାବୁଲାଲ ଦାସ, ବିଚିତ୍ରାନନ୍ଦ ମହାନ୍ତି, ବିଜୟ କୁମାର ମହାନ୍ତି, ଶରତ କୁମାର ସାହୁ । ପଞ୍ଜିକରଣ ଦାୟିତ୍ୱ କରୁଣାକର ଉପାଧ୍ୟାୟ, ଅନାଦି ଚରଣ ଦାସ, ରମାକାନ୍ତ ନାୟକ, ଆଦିତ୍ୟ କୁମାର ନାୟକ, ବସନ୍ତ କୁମାର ଦେ ସଂପାଦନ କରିଥିଲେ । ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁଗ୍ମ ସହକନ୍ଭେନର ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଭାକର ମଲ୍ଲିକ, କନ୍ଭେନର ଦିଗମ୍ବର ମହାନ୍ତି ଭଦ୍ରକ ଶାଖା ଦ୍ୱାରା ସଂପାଦିତ କାର୍ଯ୍ୟକ୍ରମ ଓ ଭବିଷ୍ୟତ କାର୍ଯ୍ୟକ୍ରମ ସହ ଭଦ୍ରକର ପ୍ରମୁଖ ୩ଟି ଦାବୀ ମଧ୍ୟରେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କୁ ଭାରତ ରତ୍ନ ଉପାଧି ପ୍ରଦାନ, ଭଦ୍ରକରେ ମେଡ଼ିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ସ୍ଥାପନ ସଂପର୍କରେ ବିବରଣୀରେ ପ୍ରକାଶ କରିଥିଲେ । ଉଦ୍ଘାଟକ ତାଙ୍କ ବକ୍ତବ୍ୟରେ ଭଦ୍ରକର ଗାନ୍ଧିଜୀଙ୍କ ସ୍ମୃତି ରକ୍ଷା ପାଇଁ ଉନ୍ଟାକ୍ ଦ୍ୱାରା ଗାନ୍ଧି ଓଡ଼ିଶା ବାଳାଶ୍ରମର ନିର୍ମାଣାଧୀନ କୋଠା, ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ଐତିହ୍ୟ ସ୍ଥଳୀର ବିକାଶ ଓ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ବିଶ୍ୱ ଐତିହ୍ୟସ୍ଥଳୀ, ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ବୌଦ୍ଧ, ଜୈନ ସ୍ଥଳୀ, ଭଦ୍ରକର ଷୋଳମ୍ପୁର ବୌଦ୍ଧସ୍ଥଳୀ ସଂପର୍କରେ ସମ୍ୟକ ତଥ୍ୟ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ତାଙ୍କ ବକ୍ତବ୍ୟରେ ତାଳପତ୍ର ଉପରେ ଲୁହାର ଲେଖନୀ ସାହାଯ୍ୟରେ ଜଗନ୍ନାଥ ଦାଶଙ୍କ ଭାଗବତ, ସାରଳା ଦାସଙ୍କ ମହାଭାରତ, ଅକ୍ଷମ ଅଙ୍ଗୁଳି ସାହାଯ୍ୟରେ ଦୀନକୃଷ୍ଣ ଦାସଙ୍କ ରସକଲ୍ଲୋଳ ରଚନା ଓଡ଼ିଆ ସଂସ୍କୃତି ଓ ଐତିହ୍ୟର ଅର୍ନ୍ତଭୁକ୍ତ ହେବା ଆବଶ୍ୟକ ବୋଲି କହିଥିଲେ । ମୁଖ୍ୟ ଅତିଥି ଭଦ୍ରକର ଅବସ୍ଥିତି, ଅବିଭକ୍ତ ବାଲେଶ୍ୱର ଜିଲ୍ଲାରେ ଏହାର ଐତିହ୍ୟ, ପରମ୍ପରା, ସଂସ୍କୃତି ଓ ସ୍ୱତନ୍ତ୍ରତା, ବିବିଧତା ମଧ୍ୟରେ ଏକତା, ହିନ୍ଦୁ, ମୁସଲମାନ, ଶିଖ୍, ବୈଷ୍ଣବ ଧର୍ମର ସ୍ଥଳୀ, କଳା, ରାଜନୈତିକ ପୃଷ୍ଠଭୂମି, ବ୍ୟାସକବି ଫକୀର ମୋହନଙ୍କ ସହ ଭଦ୍ରକର ମୌଲବୀ ଅସରଫ୍ ଅଲ୍ଲିଙ୍କ ସହ ଚିଠିପତ୍ର ଓ ଫଟୋ ପ୍ରଦର୍ଶନ କରାଇ ନିଜର ବାଲେଶ୍ୱର ଜିଲ୍ଲାପାଳ କାର୍ଯ୍ୟକାଳ ସମୟର ପ୍ରତ୍ୟକ୍ଷ ଅନୁଭୂତି ବର୍ଣ୍ଣନା କରିଥିଲେ । ‘ବନ୍ଦେ ଉତ୍କଳ ଜନନୀ’ର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ । ଭଦ୍ରକର ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ ବ୍ରଜ କିଶୋର ରାଉତ, ରାମହରି ଗୋସ୍ୱାମୀ, ଗୌରୀଶ୍ୟାମ ଗୋସ୍ୱାମୀଙ୍କୁ ମାନପତ୍ର, ଉତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥିବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପାଠ କରିଥିଲେ ଯଥାକ୍ରମେ ହରମୋହନ କୁଅଁର, ଡ଼ଃ ଗୋଲକ ବିହାରୀ ସାହୁ ଓ କରୁଣାକର ଉପାଧ୍ୟାୟ । ସ୍ୱାଧୀନତା ସଂଗ୍ରାମୀମାନେ ସେମାନଙ୍କର ପ୍ରତ୍ୟୁତରରେ ଗାନ୍ଧିଜୀଙ୍କ ସହ ସଂପର୍କ, ଗାନ୍ଧି ଦର୍ଶନ, ନୀତି ଦ୍ୱାରା କିପରି ପ୍ରଭାବିତ ହୋଇଥିଲେ ତାହାର ଅନୁଭୂତି କହିଥିଲେ । ସ୍ୱାଧୀନତା ସଂଗ୍ରାମୀଙ୍କ ସମ୍ବର୍ଦ୍ଧନା ପରିଚାଳନାର ସଂଯୋଜକ ଭାବେ ଆଦିତ୍ୟ କୁମାର ଗୋସ୍ୱାମୀ ସଂପାଦନ କରିଥିଲେ । ଭଦ୍ରକର ଲୋକକଳା ଧୁଡ଼୍କି ଓ ଖଞ୍ଜଣି ବାଦନକୁ ଲୋକ ଲୋଚନକୁ ଆଣିବା ପାଇଁ କଳାକାର କୁଳମଣି ନାଥ ଓ ତାଙ୍କ ଗୁରୁଙ୍କୁ ଉତରୀୟ ପ୍ରଦାନ କରି ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ଧୁଡ଼୍କି ଓ ଖଞ୍ଜଣି ବାଦନ ସହ ଭଜନ ପରିବେଷଣ କରାଇ ବାର୍ଷିକ ଉତ୍ସବକୁ ଆନନ୍ଦ ଦାୟକ କରାଇଥିଲେ । ମଂଚ ଓ ଦର୍ଶକ ଗ୍ୟାଲେରୀ ଦାୟିତ୍ୱ ସଂପାଦନ କରିଥିଲେ ଇଂ ମଧୁସୂଦନ ସାହୁ, ପ୍ରଫେସର ରତିକାନ୍ତ ମହାନ୍ତି, କାଶୀନାଥ ସାହୁ, ହରେକୃଷ୍ଣ ସାହୁ, ସୁଧାକର ରାଉତ, ଦୁଃଶାସନ ମହାନ୍ତି, ମନୋରଞ୍ଜନ ଦାସ, ପ୍ରଫୁଲ୍ଲ କୁମାର ପରିଡ଼ା, ନାସିର ବକ୍ସ, ଅରବିନ୍ଦ ବସନ୍ତରାୟ, ପ୍ରକାଶ ଚନ୍ଦ୍ର ବେହେରା, ସୁବାଷ ଚନ୍ଦ୍ର ଦାଶ, ବିଜୟ କୁମାର ସାହୁ, କାର୍ତିକ ଚନ୍ଦ୍ର ଖୁଂଟିଆ, ସନ୍ତୋଷ କୁମାର ମହାନ୍ତି, ତାରକ ଦାସ ଆଢ଼୍ୟ, ନିରଞ୍ଜନ ବିଶ୍ୱାଳ ପ୍ରମୁଖ ବହୁସଦସ୍ୟ, ମିଡ଼ିୟା ବନ୍ଧୁ, ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ସ୍ୱତନ୍ତ୍ର ଆମନ୍ତ୍ରିତ ଅତିଥି ଭାବେ ଭଦ୍ରକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ଯୋଗଦାନ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସହ କନ୍ଭେନର ତଥା ସମାଜସେବୀ ଏସ୍.ଏମ୍.ଫାରୁକ ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ