ବାୟାବାବା କଲେଜର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଛାତ୍ରଛାତ୍ରୀଙ୍କ ଦାବିପତ୍ର
କେନ୍ଦ୍ରାପଡ଼ା, ୨୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ସ୍ଥିତ ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟର ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଛାତ୍ର ଛାତ୍ରୀମାନଙ୍କ ଦାବି ମୁତାବକ ଏହି କଲେଜ ୧୯୭୮ ମସିହାରୁ ସ୍ଥାପନ କରାଯାଇଥିବାବେଳେ ଏପର
ବାୟାବାବା କଲେଜର ସମସ୍ୟା ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଛାତ୍ରଛାତ୍ରୀଙ୍କ ଦାବିପତ୍ର


କେନ୍ଦ୍ରାପଡ଼ା, ୨୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ସ୍ଥିତ ଶ୍ରୀ ଶ୍ରୀ ବାୟାବାବା ମହାବିଦ୍ୟାଳୟର ସମସ୍ୟାଗୁଡ଼ିକର ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଛାତ୍ର ଛାତ୍ରୀମାନଙ୍କ ଦାବି ମୁତାବକ ଏହି କଲେଜ ୧୯୭୮ ମସିହାରୁ ସ୍ଥାପନ କରାଯାଇଥିବାବେଳେ ଏପର୍ଯ୍ୟନ୍ତ ଏହାର ବାଉଣ୍ଡରୀ ୱାଲ୍ ନିର୍ମାଣ କରାଯାଉନାହିଁ। ଏହାସହ କଲେଜ୍ ଜମିର ମାପଚୁପ କରାଯାଇନଥିବାରୁ ଅନେକ ବ୍ୟକ୍ତି କଲେଜ୍ ଜମିକୁ ଜବରଦଖଲ କରି ନିଜ ଅକ୍ତିଆରରେ ରଖି ବେଆଇନ୍ ନିର୍ମାଣ କରିଛନ୍ତି। ଏ ନେଇ ବାରମ୍ବାର ମହାକାଳପଡ଼ା ତହସିଲଦାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି ସ୍ଥାୟୀ ସମାଧାନ କରାଯାଉନାହିଁ। ଏ ନେଇ ଅଭିଜିତ୍ ସାମଲ, ଅଂଶୁ ପ୍ରସାଦ ଜେନା, ସତ୍ୟସୁନ୍ଦର ସାହୁ, ମହେଶ କୁମାର ରାଉତରାୟ, ରୁଦ୍ରନାରାୟଣ ମନ୍ତ୍ରୀ, ଜୟଦେବ ନାୟକ, ସନ୍ଧ୍ୟାରାଣୀ ପଟ୍ଟନାୟକ, କଲ୍ୟାଣୀ ପାଟିଲ୍ ପ୍ରମୁଖ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande