ବାଇକ ଚୋରି ଅଭିଯୋଗରେ ଜଣେ ଗିରଫ
ଜୟପୁର, ୨୪ ଫେବୃଆରୀ (ହି.ସ.)- ବାଇକ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଧନପୁର ଅଞ୍ଚଳର ସେମସେନ ହରିଜନ ଏଲିସ କାତ୍ତିକ (୧୯ ) ସହ ଜଣେ ନାବାଳକ କୁ କାବୁ କରିଛି । ପୋଲିସ ସୂଚନା ଅନୁଯାଇ, ବଡବେଢା ଗ୍ରାମର ପଦନ ମାଝୀ ଗତ ୨୩ା୨ା୨୫ ତାରିଖର
ବାଇକ ଚୋରି ଅଭିଯୋଗରେ ଜଣେ ଗିରଫ


ଜୟପୁର, ୨୪ ଫେବୃଆରୀ (ହି.ସ.)- ବାଇକ ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ଜଣକ ଧନପୁର ଅଞ୍ଚଳର ସେମସେନ ହରିଜନ ଏଲିସ କାତ୍ତିକ (୧୯ ) ସହ ଜଣେ ନାବାଳକ କୁ କାବୁ କରିଛି ।

ପୋଲିସ ସୂଚନା ଅନୁଯାଇ, ବଡବେଢା ଗ୍ରାମର ପଦନ ମାଝୀ ଗତ ୨୩ା୨ା୨୫ ତାରିଖରେ ଜୟପୁର ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଗତ ୨ ତାରିଖରେ ରେଡ କଲର ବାଇକ ବଡକାଉଡି ଗ୍ରାମରେ ଗଙ୍ଗାଧର ପାଙ୍ଗିଙ୍କ ଭୋଜିରେ ରଖିଥିଲେ । ଭୋଜି ସାରି ଆସିବା ବେଳେ ଦେଖିଲେ ତାଙ୍କ ବାଇକ ଚୋରି ହୋଇଛି । ଏନେଇ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତର ଜାଣି ପୋଲିସ ଅଭିଯୁକ୍ତକୁ ଗିରଫ କରି ବାଇକ ଜବତ କରିଛି । ସଂନ୍ଧ୍ୟା ୫ଟାରେ କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ଜୁଭେଲାଇନ ଜଷ୍ଟିସ ବୋର୍ଡଙ୍କ ନିକଟରେ ହାଜର କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ଇଶ୍ୱର ତାଣ୍ଡି ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande