ବଲାଙ୍ଗିର, ୨୫ ଫେବୃଆରୀ(ହି.ସ.) – ବ୍ରାହ୍ମଣ ମହାସଭାର ଏକ ବୈଠକ ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରାରମ୍ଭରେ ୩ଥର ଓଁକାର ଧ୍ୱନି ଉଚ୍ଚାରଣ ପରେ ସଂପାଦକ ଜୟରାମ ମିଶ୍ର ପୂର୍ବ ସଭାର ବିବରଣୀ ପାଠ କରିଥିଲେ। ଏହି ସଭାରେ ସମାଜ ଦ୍ୱାରା ନିଃଶୁଳ୍କ ବ୍ରତୋପନୟନ ଆସନ୍ତା ତା.୦୯.୦୪.୨୦୨୫ କରିବା ପାଇଁ ସ୍ଥିର କରାଗଲା। ଇଚ୍ଛୁକ ବ୍ରାହ୍ମଣ ବ୍ୟକ୍ତିମାନେ ଆସନ୍ତା ତା.୩୦.୦୩.୨୦୨୫ ସୁଦ୍ଧା ବ୍ରାହ୍ମଣ ମହାସଭାରେ ଯୋଗାଯୋଗ କରିପାରିବେ। ଏହି ବ୍ରତକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏକ ପଣ୍ଡିତ କମିଟି ଗଠନ କରାଗଲା। ଆସନ୍ତା ତା.୦୮.୦୪.୨୦୨୫ ଦିନ ଚାରିକର୍ମ ଓ ତା.୦୯.୦୪.୨୦୨୫ ବ୍ରତୋପନୟନ କରାଯିବାକୁ ସ୍ଥିର କରାଗଲା। ବ୍ରତ ପାଇଁ ବିଭିନ୍ନ ଆୟୋଜନ ତଦାରଖ କରିବା ପାଇଁ ଏବଂ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଏକ କମିଟି ଗଠନ କରାଗଲା। କର୍ତାମାନେ ବଟୁମାନଙ୍କ ଆଧାର କାର୍ଡ ଓ ପିତାଙ୍କ ଆଧାରକାର୍ଡ ଦରଖାସ୍ତ ସାଙ୍ଗେ ଦାଖଲ କରିବେ। ଏହି ସଭାରେ ବ୍ରାହ୍ମଣ ମହାସଭାର ଉପଦେଷ୍ଟା ନୀଳମଣି ମିଶ୍ର, କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସଂଗଠକ ସଂପାଦକ କିଶୋର କୁମାର ପୁରୋହିତ, ନଗର ସଭାପତି ନରେନ୍ଦ୍ର କୁମାର ଆଚାର୍ଯ୍ୟ, ସହ-ସଂପାଦକ ଶୁଭେନ୍ଦ୍ର ନେପାକ, ନଗର ସଂପାଦକ ସଂର୍କିର୍ତନ ତ୍ରିପାଠି, ପଣ୍ଡିତ କିଶୋର ମିଶ୍ର, ପଣ୍ଡିତ ଲକ୍ଷ୍ମୀ ପ୍ରସାଦ ଚାନ୍ଦ, ଶ୍ୟାମ ସୁନ୍ଦର ଦାଶ, ଶିବ ଶଙ୍କର ଖୁଆସ, ରଂଜନ ତ୍ରିପାଠି, କିଶୋର ମୋହନ ମିଶ୍ର, ପ୍ରଭୁଦତ ଶତପଥିô, ସୁଧିର କୁମାର ତ୍ରିପାଠି, ଶିବ ଶଙ୍କର ରଥ, ବାଳକୃଷ୍ଣ ଷଡ଼ଙ୍ଗି, ବିରଂଚି ତ୍ରିପାଠୀ, ଜଗଦିଶ ପ୍ରସାଦ ନାଥ ଆଦି ସଭାରେ ଭାଗ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ଗୋପବନ୍ଧୁ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ