ଭଦ୍ରକ, ୨୪ ଫେବୃୟାରୀ (ହି.ସ.) - ଭଦ୍ରକ ଜିଲ୍ଲା ର ଧାମନଗର ବ୍ଲକରେ ରାସନ କାର୍ଡ ଧାରୀ ଙ୍କ ମଧ୍ୟରୁ ଅଯୋଗ୍ୟ ହିତାଧ୍ୟାକାରୀ ଚିହ୍ନଟ ପାଇଁ ରାଜ୍ୟ ସରକାର ଇ- କେୱାଇସି ଆରମ୍ଭ କରାଇଥିଲେ। ଏହି କ୍ରମରେ ଧାମନଗର ବ୍ଲକ ରେ ୪୭ ଟି ଡିଲର ପଏଂଟରେ ରାସନ ହିତାଧିକାରୀ ମାନେ ଇ- କେୱାଇସି କରାଇଥିଲେ। ଯାହା ଫଳରେ ବ୍ଳକରେ ମିଛ ରେ ହାତେଇ ଥିବା ୪୯୩ ଜଣ ଅଯୋଗ୍ୟ ହିତାଧିକାରି ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ୬୫ ଟି ଅଯୋଗ୍ୟ ରାସନ ।କାର୍ଡ ଧାରୀ ସେମାନଙ୍କ କାର୍ଡ ଫେରାଇଛନ୍ତି । ସେଥି ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାରୀ ଚାକିରିଆ, ସରକାରୀ ପେନସନ ଧାରୀ ଓ ଚାରି ଚକିଆ ଯାନ ଥିିବା ହିତାଧିକାରୀ ଥିବା ଜଣା ଯାଇଛି। ଏବେ ପୁଣି ଆଇଟି ରିଟର୍ଣ୍ଣ ଫାଇଲ କରୁଥିବା ଲୋକଙ୍କର ରାସନ କଟିବ ବୋଲି ନୂଆ ପନ୍ଥା ଆପଣାଇ ଛନ୍ତି ସରକାର। ଏହି କ୍ରମରେ ଏହି ବ୍ଲକର ୧୦୨୮ ଜଣ ଆଇଟି ଫାଇଲଧାରୀ ଙ୍କୁ ନୋଟିସ ଦେଇଛନ୍ତି। ବ୍ୟାଙ୍କ ଋଣୀ, ଦୋକାନ ଫାଇନାନ୍ସ, ଛୋଟ କାଟିଆ ନାମକୁ ମାତ୍ର ରିଟର୍ଣ ଫାଇଲ କରୁଥିବା ମଧ୍ୟବିତ ପରିବାର ଏହି ଯୋଜନାରୁ ବାଦ ପଡ଼ିବେ। ସହରାଞ୍ଚଳ ରୁ ଗ୍ରାମାଞ୍ଚଳ ସବୁଠି ରେସନ ବ୍ୟବସ୍ଥାରେ ଅଯୋଗ୍ୟ ଙ୍କୁ କାଟିବାକୁ ସରକାର ଅପଣାଇଥିବା ନିୟମରେ ବହୁ ଯୋଗ୍ୟ ହିତାଧୀକାରୀ ବଳି ପଡ଼ିବାକୁ ଯାଉଥିବାରୁ ବ୍ଲକ ଯୋଗାଣ ବିଭାଗ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। ସରକାରଙ୍କ ଏଭଳି ନିଷ୍ପତିକୁ ବିରୋଧ କରି ହୋହାଲ୍ଲା କରୁଥିବାର ଦେଖିବାକୁ ମିଳିଚି। ସରକାରି ତଦନ୍ତ ପରେ ଯୋଗ୍ୟ ଅଯୋଗ୍ୟ ଜଣାଯିବ ବୋଲି ବ୍ଳକ ଯୋଗାଣ ଅଧିକାରୀ ରସାନନ୍ଦ ସାହୁ ସୂଚନା ଦେଇଛନ୍ତି। ତେବେ ସରକାର ଏଭଳି ନିଷ୍ପତି ର ପୁନର୍ବିଚାର କରିବାକୁ ବିଭିନ୍ନ ମହଲ ରୁ ଦାବି ହୋଇଛି। ଅପର ରାସନ କାର୍ଡ କଟା ଯୋଡ଼ା କୁ ନେଇ ଗ୍ରାମାଂଚଳ ରେ ଦଲାଲ ସକ୍ରିୟ ହୋଇ ନିରୀହ ଲୋକ ଙ୍କୁ ଶୋଶୁ ଥିବାର ଦେଖିବାକୁ ମିଳିଛି। ତେବେ ଯାହାର ଅଭିଯୋଗ ଅଛି ସିଧାସଳଖ ବ୍ଲକ ଯୋଗାଣ ଅଧିକାରୀ ଙ୍କ ସହ ଯୋଗା ଯୋଗ କରିବାକୁ ଯୋଗାଣ ଅଧିକାରୀ ଶ୍ରୀ ସାହୁ କହିଛନ୍ତି । ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ