ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ସରକାର ବିକାଶ କ୍ଷେତ୍ରରେ ଲଗାତାର ଅଗ୍ରଗତି କରୁଛି- ମୁଖ୍ୟମନ୍ତ୍ରୀ ମୋହନ ଯାଦବ
ଭୋପାଳ, ୨୪ ଫେବୃଆରୀ (ହି.ସ.)- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଇନ୍ଦିରା ଗାନ୍ଧି ରାଷ୍ଟ୍ରିୟ ମାନବ ସଂଗ୍ରହାଳୟରେ ସୋମବାର ଠାରୁ ଦ୍ୱିଦିବସୀୟ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ - ୨୦୨୫ ର ଶୁଭାରମ୍ଭ ହୋଇଛି । ସମିଟ୍ କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଡଃ. ମୋହନ ଯାଦବ କହିଛନ୍ତି ଯେ, ଭୋପାଳ ଦେଶର ସବୁଠୁ ସ୍ୱ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ସରକାର ବିକାଶ କ୍ଷେତ୍ରରେ ଲଗାତାର ଅଗ୍ରଗତି କରୁଛି- ମୁଖ୍ୟମନ୍ତ୍ରୀ ମୋହନ ଯାଦବ


ଭୋପାଳ, ୨୪ ଫେବୃଆରୀ (ହି.ସ.)- ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଇନ୍ଦିରା ଗାନ୍ଧି ରାଷ୍ଟ୍ରିୟ ମାନବ ସଂଗ୍ରହାଳୟରେ ସୋମବାର ଠାରୁ ଦ୍ୱିଦିବସୀୟ ଗ୍ଲୋବାଲ ଇନଭେଷ୍ଟର୍ସ ସମିଟ - ୨୦୨୫ ର ଶୁଭାରମ୍ଭ ହୋଇଛି । ସମିଟ୍ କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ଡଃ. ମୋହନ ଯାଦବ କହିଛନ୍ତି ଯେ, ଭୋପାଳ ଦେଶର ସବୁଠୁ ସ୍ୱଚ୍ଛତମ ରାଜଧାନୀ ମଧ୍ୟରେ ଅନ୍ୟତମ । ଏଠାରେ ଆପଣ ସମସ୍ତଙ୍କୁ ସ୍ୱାଗତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ସରକାର ବିକାଶ କ୍ଷେତ୍ରରେ ଲଗାତାର ଅଗ୍ରଗତି କରୁଛି । ପ୍ରଧାନମନ୍ତ୍ରୀ ସମସ୍ତଙ୍କ ସହିତ, ସମସ୍ତଙ୍କ ବିକାଶ ଏବଂ ସମସ୍ତଙ୍କ ବିଶ୍ୱାସର ଅବଧାରଣା ଦେଇଛନ୍ତି । ଯାହା ଦର୍ଶାଉଛି ଯେ, ପ୍ରତ୍ୟେକ କ୍ଷେତ୍ରରେ ବିକାଶର ଅସୀମ ସମ୍ଭାବନା ରହିଛି ।

ମୁଖ୍ୟମନ୍ତ୍ରୀ ଡଃ. ଯାଦବ କହିଛନ୍ତି ଯେ, ଭବିଷ୍ୟତରେ ନିବେଶର ବଡ ସମ୍ଭାବନା ସହିତ ରାଜ୍ୟ ସରକାର କେନ୍ଦ୍ର ସହିତ ପାଦରେ ପାଦ ମିଶାଇ ଚାଲିଛି । ପର୍ଯ୍ୟଟନ କ୍ଷେତ୍ରରେ ଏଠାକାର ଇକୋ ସିଷ୍ଟମ ମଧ୍ୟ ପର୍ଯ୍ୟଟକ ମାନଙ୍କୁ ଆକର୍ଷିତ କରୁଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ଭୋପାଳର ପରିଚୟ ଗ୍ୟାସ୍ ଟ୍ରାଜେଡିରୁ ହେଉଥିଲା । ହେଲେ ଆଜି ପରେ ଭୋପାଳ ବିଶ୍ୱ ସ୍ତରରେ ନୂତନ ପରିଚୟ ସୃଷ୍ଟି କରିବାକୁ ଯାଉଛି । ମଧ୍ୟପ୍ରଦେଶରେ ପ୍ରାକୃତିକ ସମ୍ପଦ ଭରପୁର ହୋଇ ରହିଛି । ଆମେ ୫ ବର୍ଷରେ ଅର୍ଥ ବ୍ୟବସ୍ଥାକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛୁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande