ଭଦ୍ରକ, ୨୪ ଫେବୃୟାରୀ (ହି.ସ.) - କିଟ୍ ବିଶ୍ୱବିଦ୍ୟାଳୟ ରେ ପାଠ ପଢୁଥିବା ନେପାଳୀ ଛାତ୍ରୀ ପ୍ରକୀର୍ତି ଙ୍କ ଆନୁଷ୍ଠାନିକ ହତ୍ୟା ର ବିଚାର ବିଭାଗୀୟ ତଦନ୍ତ, ଓଡିଶା ଉଚ୍ଚନ୍ୟାୟାଳୟ ଙ୍କ ତତ୍ୱାବଧାନ ରେ ଏହି ତଦନ୍ତ ପ୍ରକ୍ରିୟା ଚାଲୁ ରଖିବା, ୫୦୦ ରୁ ଉର୍ଦ୍ଧ ନେପାଳୀ ଛାତ୍ର ଛାତ୍ରୀ ମାନଙ୍କ ଆକ୍ରମଣକାରୀ ମାନଙ୍କୁ ତୁରନ୍ତ ଗିରଫ, ସମସ୍ତ ନେପାଳୀ ଛାତ୍ର ଛାତ୍ରୀ ମାନଙ୍କ ସହ କିଟ୍ ରେ ପାଠ ପଢୁଥିବା ସମସ୍ତ ବିଦେଶୀ ଛାତ୍ରଛାତ୍ରୀ ମାନଙ୍କ ସୁରକ୍ଷା, ନେପାଳୀ ଛାତ୍ରୀଙ୍କ ଆନୁଷ୍ଠାନିକ ହତ୍ୟା ର ସଠିକ୍ ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ସିପିଆଇ(ଏମ) ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ ମହାନ୍ତି ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ସିପିଆଇ(ଏମ) ଜିଲ୍ଲା ସଂପାଦକ ଦିବ୍ୟସିଂହ ନାୟକ, ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ପ୍ରଫୁଲ୍ଲ ପାଢୀ, ବରିଷ୍ଠ ନେତା ଚନ୍ଦ୍ରଶେଖର ନାୟକ,ଅନ୍ୟତମ ଜିଲ୍ଲା ସଂପାଦକ ମଣ୍ଡଳୀ ସଭ୍ୟ ରାଧାନାଥ ଦାସ, ଜିଲ୍ଲା କମିଟି ସଭ୍ୟ ବିକାଶ ନାଥ, ବିଷ୍ଣୁ ଦାଶ ପ୍ରମୁଖ ସାମିଲ ଥିଲେ । କିଟ୍ କର୍ତୃପକ୍ଷ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ବୃହତର ଆନ୍ଦୋଳନ ହେବ ବୋଲି ସିପିଆଇ(ଏମ) ନେତୃତ୍ୱ ଚେତାବନୀ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ପ୍ରମୋଦ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ