ସାଇକେଲ ସହ ବାଇକ ଧକ୍କା, ଦୁଇ ଆରୋହୀ ଗୁରୁତର
କୋରେଇ, ୨୪ ଫେବ୍ରୁଆରି (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଶର୍ମା ଡାଇଭରସନରେ ଆଜି ମଧ୍ୟାନ୍ନରେ ସାଇକେଲ ସହ ବାଇକ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଫଳରେ ଦୁଇ ଆରୋହୀ ଗୁରୁତର ଆହତ ହୋଇ ଚିକତ୍ସିତ ହେଉଛନ୍ତି । ପ୍ରକାଶଯେ ୧୬ ନମ୍ବର ଜାତୀୟ ରାଜପଥରେ ସଠିପୁର
ସାଇକେଲ ସହ ବାଇକ ଧକ୍କା, ଦୁଇ ଆରୋହୀ ଗୁରୁତର


କୋରେଇ, ୨୪ ଫେବ୍ରୁଆରି (ହି.ସ.) - ପାଣିକୋଇଲି ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଶର୍ମା ଡାଇଭରସନରେ ଆଜି ମଧ୍ୟାନ୍ନରେ ସାଇକେଲ ସହ ବାଇକ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଫଳରେ ଦୁଇ ଆରୋହୀ ଗୁରୁତର ଆହତ ହୋଇ ଚିକତ୍ସିତ ହେଉଛନ୍ତି । ପ୍ରକାଶଯେ ୧୬ ନମ୍ବର ଜାତୀୟ ରାଜପଥରେ ସଠିପୁର ପଟୁ ଏକ ବାଇକରେ କଟକ ଅଭିମୁଖେ ଜଣେ ବ୍ୟକ୍ତି ଆସୁଥିଲେ । ଡାଇଭରସନରେ ଆରପଟୁ ଏକ ସାଇକେଲରେ ଦାମୋଦରପୁର ଗ୍ରାମର ଜତିନ ରଥ (୬୬) ଆସୁଥିବା ବେଳେ ଉଭୟଙ୍କ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିଲା । ଫଳରେ ଉଭୟ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ସେଠାରେ ପହଂଚି ଜତିନକୁ କଟକ ଚିକିତ୍ସା ପାଇଁ ପଠାଇଥିଲେ । ଅନ୍ୟପଟେ ଆହତ ବାଇକ ଆରୋହୀଙ୍କୁ ଯାଜପୁର ମୁଖ୍ୟ ଚିକତ୍ସାଳୟକୁ ପଠାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande