ଜୟପୁର, ୨୪ ଫେବ୍ରୁଆରି (ହି.ସ.) - କୋରାପୁଟସ୍ଥ ଆଦିବାସି ସଂଗ୍ରହାଳୟଠାରେ କୋରାପୁଟ ବ୍ଲକ ଏବଂ ପୌରପାଳିକାର ୪୪ ଜଣ ଦିବ୍ୟାଙ୍ଗ ଜଣଙ୍କୁ ବିଭିନ୍ନ ପ୍ରକାରର ସହାୟକ ଉପକଣ ବଂଟନ କରାଯାଇଥିଲା। ଏହି ଦିବ୍ୟାଙ୍ଗମାନଙ୍କୁ ଗତ ନଭେମ୍ବର ୨୦୨୪ ରେ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟିକରଣ କରାଯାଇଥିଲା ଏବଂ ଆଜି ସେମାନଙ୍କୁ ବ୍ୟାଟେରି ଚାଳିତ ଟାଇସାଇକେଲ, ସ୍ମାର୍ଟ ଫୋନ, ୱିଲ୍ ଚେୟାର , ଆଶାବଡି, ବ୍ରେଲ୍ କିଟ୍, ଶ୍ରବଣ ଯନ୍ତ୍ର ଇତ୍ୟାଦି ୧୪୪ ଟି ସହାୟକ ଉପକରଣ ବଂଟନ କରାଯାଇଥିଲା । କାର୍ଯ୍ୟକ୍ରମଟି ଜିଲ୍ଲା ପ୍ରସାଶନ ଏବଂ ହିନ୍ଦୁସ୍ତା ନ ଏରୋ ନ ଟି କ୍ସ ଲି ମି ଟେଡ୍, ସୁନାବେଡାର ମିଳିତ ଉଦ୍ୟମରେ ଆୟୋଜନ କରାଯାଇଥିଲା, ଏହି କର୍ମଶାଳାରେ ମୁଖ୍ୟ ଅତିଥ୍ ଭାବରେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମି ଟେଡ୍, ସୁନାବେଡା ବଡା ଅଜିତ୍ କୁମାର ପୋଚରୀ ଯୋଗଦନା କରିଥିଲେ ଏବଂ ସମ୍ମାନୀତ ଅତିଥି ଭାବରେ ଡଃ. ଦେବାଶିସ ଗୌଡ, ବ୍ଲକ ଉନ୍ନୟନ ଅଧିକାରୀ କୋରାପୁଟ ଏବଂ ନମିତା ମାଝି, ଅଧ୍ୟକ୍ଷା, କୋରାପୁଟ ବ୍ଧ କ ଯୋଗଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ବରିଷ୍ଟ ପରିଚାଳକ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍, ସୁନାବେଡାର ସ୍ୱୀତା ମହାପାତ୍ର, ଜିଲ୍ଲା ଭିନ୍ନକ୍ଷମ ପୂନର୍ବାସ ଅଧିକାରୀ, କୋରାପୁଟ । ପ୍ରେମ ଦାନି ଯୋଗଦାନ କରିଥିଲେ ।
ପରୀକ୍ଷା ନିରୀକ୍ଷା କରି କାନଯନ୍ତ୍ର ସମତେ ଅନ୍ୟାନ୍ୟ ଉପକରଣ ଆସିଥିବା ଦିବ୍ୟାଙ୍ଗ ଜଣଙ୍କୁ ହସ୍ତାନ୍ତର କରିଥିଲେ । ଏହି ସହାୟକ ଉପକରଣ ବଂଟନ କାର୍ଯ୍ୟକ୍ରମ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍, ସୁନାବେଡାର ସାମାଜିକ ଉତର ଦାୟିତ୍ୱ ପାଣ୍ଠିର ସହାୟତା ପ୍ରଦାନ କରାଯାଇଥୁଲା, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, କୋରାପୁଟ ବ୍ଲକ ଏବଂ ଶ୍ରୀ ନୀତିନ କୁମାର ଭୁକ୍ତା, କାର?୍ୟ୍ୟାକ୍ରମ ସହାୟକ ଏହାର ଆୟୋଜନ ଓ ପରିଚାଳନା କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ
ହିନ୍ଦୁସ୍ଥାନ ସମାଚାର / ପବନ