ଘର ଉପରେ ଢଳି ରହିଥିବା ନଡିଆଗଛ କାଟିବା ପାଇଁ ଜିଲ୍ଲାକାର୍ଯ୍ୟାଳୟ ଆଗରେ ଧାରଣା
କେନ୍ଦ୍ରାପଡ଼ା, ୨୫ ଫେବୃଆରୀ(ହି.ସ.) – ଦୀର୍ଘବର୍ଷ ହେଲା ଜଣେ ଅସହାୟ ଲୋକଙ୍କ ଘର ଉପରେ ପଡୋଶୀର ନଡିଆଗଛ ଢଳି ରହିଥିବାରୁ ଏହାକୁ କାଟିବା ପାଇଁ ଏହି ବ୍ୟକ୍ତିଜଣକ ଜିଲ୍ଲା ପ୍ରଶାସନ, ତହସିଲଦାର, ବ୍ଲକ ପ୍ରଶାସନ ଓ ପୋଲିସ୍ ପ୍ରଶାସନ ନିକଟରେ ଦୈାଡି ଦୈାଡି ନିରାଶ ହେବାପରେ ଆଜି ଜିଲ୍ଲା କାର୍ଯ୍ୟାଳୟ ଆଗରେ
ଘର ଉପରେ ଢଳି ରହିଥିବା ନଡିଆଗଛ କାଟିବା ପାଇଁ ଜିଲ୍ଲାକାର୍ଯ୍ୟାଳୟ ଆଗରେ ଧାରଣା


କେନ୍ଦ୍ରାପଡ଼ା, ୨୫ ଫେବୃଆରୀ(ହି.ସ.) – ଦୀର୍ଘବର୍ଷ ହେଲା ଜଣେ ଅସହାୟ ଲୋକଙ୍କ ଘର ଉପରେ ପଡୋଶୀର ନଡିଆଗଛ ଢଳି ରହିଥିବାରୁ ଏହାକୁ କାଟିବା ପାଇଁ ଏହି ବ୍ୟକ୍ତିଜଣକ ଜିଲ୍ଲା ପ୍ରଶାସନ, ତହସିଲଦାର, ବ୍ଲକ ପ୍ରଶାସନ ଓ ପୋଲିସ୍ ପ୍ରଶାସନ ନିକଟରେ ଦୈାଡି ଦୈାଡି ନିରାଶ ହେବାପରେ ଆଜି ଜିଲ୍ଲା କାର୍ଯ୍ୟାଳୟ ଆଗରେ ପରିବାର ସହିତ ଧାରଣାରେ ଦେଖିବାକୁ ମିଳିଛି। ଆଳି ଥାନା ଅଧିନ ସୁଦର୍ଶନପୁର ଗ୍ରାମର ନରୋତମ ସୁତାରଙ୍କ ଘର ଉପରେ ପଡୋଶୀ ନଡିଆ ଗଛଟି ଶୋଇ ରହି ତାଙ୍କ ଘର ଉପରେ ନଡିଆ, ବାଉଁଙ୍ଗା ଇତ୍ୟାଦି ପଡୁଥିବା ସହ ପବନ, ବାତ୍ୟା ସମୟରେ କେଉଁ ମୁହୁର୍ତରେ ଘର ଉପରେ ନଡିଆ ଗଛ ପଡି ଧନ ଜୀବନ ନଷ୍ଟ ହେବ ତାର କିଛି ଠିକ୍ ନାହିଁ। ଏହି ଗଛ କାଟିବା ପାଇଁ ଦୈାଡି ଦୈାଡି ନୟାନ୍ତ ହେଲାପରେ ଆଜି ପରିବାରର ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି। ତେବେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଏହି ଧାରଣାରତ ପରିବାରକୁ ଡାକି ନଡିଆଗଛ କାଟିବା ପାଇଁ ପ୍ରତିଶ୍ରୁତି ଦେବାପରେ ଧାରଣାରୁ ଓହରି ଯାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande