କେନ୍ଦ୍ରାପଡ଼ା, ୨୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡା ସହରର ତିନିମୁହାଣୀ ନିକଟ ଚଟିପୋଲ ପାଖରେ ଦ୍ରୁତ ଗତିରେ ଯାଉଥିବା ଏକ ବାଲି ବୋଝେଇ ହାଇୱା ଚାପାରେ ମହିଳା ଜଣକ ମୃତ୍ୟୁବରଣ କରିଥିବାବେଳେ ସାଙ୍ଗରେ ଥିବା ପୁଅ ଓ ସ୍ୱାମୀ ଗୁରୁତର ଭାବେ ଆହତ ହୋଇ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ଜଣାପଡିଛି। ଘଟଣା ମୁତାବକ କେନ୍ଦ୍ରାପଡା ଟାଉନ୍ ମହିପାଳ ଅଂଚଳର ଶ୍ରଦ୍ଧାଞ୍ଜଳି ପୃଷ୍ଟି ଗୁରୁକୁଳରେ ପଢୁଥିବା ନିଜର ୮ ବର୍ଷର ଶିଶୁ ପୁତ୍ରକୁ ସ୍କୁଟିରେ ବସାଇ ଗୁରୁକୁଳରେ ଛାଡିବା ପାଇଁ ଯାଉଥିଲେ। ଗୁଲନଗର ପଂଚାୟତର ଚଟିପୋଲ ନିକଟରେ ଏକ ଦ୍ରତୁ ଗତିରେ ପଛପଟୁ ଆସୁଥିବା ଏକ ବାଲି ବୋଝେଇ ହାଇୱା ଶ୍ରଦ୍ଧାଞ୍ଜଳି ସ୍କୁଟିକୁ ଜୋର୍ରେ ଧକ୍କା ଦେବାରୁ ସେ ସ୍କୁଟିରୁ ଛିଟିକି ପଡିଥିଲେ। ହାଇୱାର ଚକା ତାଙ୍କ ମୁଣ୍ଡ ଉପରେ ଚଢିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁବରଣ ଘଟିଥିଲା ଓ ସାଙ୍ଗରେ ଥିବା ଶିଶୁ ପୁତ୍ର ଓ ସ୍ୱାମୀ ରାଜୁ ପୃଷ୍ଟି ଗାଡିରୁ ପଡି ଗୁରୁତର ଭାବେ ଖଣ୍ଡିଆ ଖାବରା ହୋଇଥିଲେ ଓ ହାତ ଭାଙ୍ଗି ଯାଇଥିଲା। ସ୍ଥାନୀୟ ଲୋକେ ହାଇୱାକୁ ଜବତ କରିବା ସହ ଚାଳକକୁ ନିସ୍ତୁକ ମାଡମାରିଥିଲେ। ପରେ ଘଟଣାସ୍ଥଳରେ ତିନିମୁହାଣୀ ଫାଣ୍ଡି ପୋଲିସ୍ ଓ ଟାଉନ୍ଥାନା ପୋଲିସ୍ ଅଧିକାରୀ ଦିଲ୍ଲୀପ ସାହୁ, ତହସିଲଦାର ତାପସ ରଂଜନ ଦେଉରୀ ପ୍ରମୁଖ ଘଟଣାସ୍ଥଳରେ ପହଁଚିଥିଲେ। ସେତେବେଳକୁ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ କଟକ ଚାନ୍ଦବାଲି ରାସ୍ତାକୁ ସଂପୂର୍ଣ୍ଣ ବନ୍ଦ କରିଦେଇଥିଲେ। ଦୀର୍ଘ ସମୟ ଧରି ସ୍ଥାନୀୟ ଅଂଚଳରେ ଉତେଜନା ଲାଗି ରହିଥିଲା। ପରେ ପୋଲିସ୍ ପ୍ରଶାସନ ଲୋକମାନଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ ହଟାଇଥିବା ବେଳେ ସ୍ୱାଭାବିକ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି