ଜଗନ୍ନାଥ ସାଗର ବୁଲି ଦେଖିଲେ ଇଞ୍ଜିନିୟର ଇନ ଚିଫ୍‌
ଜୟପୁର, ୨୪ ଫେବ୍ରୁଆରି (ହି.ସ.) - ଜୟପୁର ସ୍ଥିତ ଜଗନ୍ନାଥ ସାଗର ପୁଣି ଥରେ ହେବ ପୁନଃ ଉଦ୍ଧାର। ପୁଣି ଥରେ ହେବ ଡିପିଆର ପ୍ରସ୍ତୁତ। ପୁଣି ଆସିବ ଅର୍ଥ ଏହିପରି କିଛି ମନ୍ତବ୍ୟ ଦେଇଛନ୍ତି ଆଜି ଜଗନ୍ନାଥ ସାଗର ପରିଦର୍ଶନରେ ଦିନିକିଆ ଗସ୍ଥରେ ଆସିଥିବା ଅବସରପ୍ରାପ୍ତ ଇଞ୍ଜିନିୟର ଇନ ଚିଫ ହାଡିବନ୍ଧୁ ବେହେର
ଜଗନ୍ନାଥ ସାଗର ବୁଲି ଦେଖିଲେ ଇଞ୍ଜିନିୟର ଇନ ଚିଫ୍‌


ଜୟପୁର, ୨୪ ଫେବ୍ରୁଆରି (ହି.ସ.) - ଜୟପୁର ସ୍ଥିତ ଜଗନ୍ନାଥ ସାଗର ପୁଣି ଥରେ ହେବ ପୁନଃ ଉଦ୍ଧାର। ପୁଣି ଥରେ ହେବ ଡିପିଆର ପ୍ରସ୍ତୁତ। ପୁଣି ଆସିବ ଅର୍ଥ ଏହିପରି କିଛି ମନ୍ତବ୍ୟ ଦେଇଛନ୍ତି ଆଜି ଜଗନ୍ନାଥ ସାଗର ପରିଦର୍ଶନରେ ଦିନିକିଆ ଗସ୍ଥରେ ଆସିଥିବା ଅବସରପ୍ରାପ୍ତ ଇଞ୍ଜିନିୟର ଇନ ଚିଫ ହାଡିବନ୍ଧୁ ବେହେରା। ଆଜି ସକାଳୁ ସେ ଜୟପୁର ଗସ୍ତରେ ଆସି ଜଗନ୍ନାଥ ସାଗରର ଚାରିକଡ ବୁଲି ଦେଖିଥିଲେ। ସାଗର ପୁନଃ ଉଦ୍ଧାର କରିବା ନିମନ୍ତେ ଡିପିଆର ପ୍ରସ୍ତୁତ କରି ଦେବା ପାଇଁ କହିଥିଲେ। ଖୁବ ଶୀଘ୍ର ଡିପିଆର ଦେଲେ କାର୍ଯ୍ୟ ଆରମ୍ଭ କରାଯିବ ବୋଲି କହିଥିଲେ। ସାଗର ବୁଲି ଦେଖିବା ପରେ ଉପଜିଲ୍ଲାପାଳ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ସସ୍ୟାରେଡ୍ଡୀଙ୍କ ସହ ଭେଟି ଭୁବନେଶ୍ୱର ଚାଲିଯାଇଥିଲେ। ଜଗନ୍ନାଥ ସାଗର ହେଉଛି ଜୟପୁର ସହରର ପାଣ କେନ୍ଦ୍ର। ସାଗର ବର୍ତମାନ ପାଣି ନିସ୍କାସନ କରିବା ପରେ ଗୋରୁ ଗାଇର ଚରାଭୁଇଁ ପାଲଟିଯାଇଛି। ଗଛଲତାରେ ପରିପୂର୍ଣ୍ଣ ହୋଇଗଲାଣି ଏହି ସାଗର। ବର୍ତମାନ ସହରବାସୀ ଜଗନ୍ନାଥ ସାଗରର ପୁନଃଉଦ୍ଧାର କରିବା ପାଇଁ ଦାବି କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ପବନ/ଭାନୁ

ହିନ୍ଦୁସ୍ଥାନ ସମାଚାର / ପବନ


 rajesh pande