ସପ୍ତଲୋକକୁ ସ୍ମରଣ କରି ପ୍ରୟାଗରାଜ ମହାକୁମ୍ଭରେ ସାତ ଥର ବୁଡ଼ ପକାଇଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ
ଭୁବନେଶ୍ୱର, 24 ଫେବୃଆରୀ - ପବିତ୍ର ତ୍ରିବେଣୀ ସଙ୍ଗମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆଜି ବୁଡ଼ ପକାଇଛନ୍ତି । ସପ୍ତଲୋକକୁ ସ୍ମରଣ କରି ସେ ସାତ ଥର ବୁଡ଼ ପକେଇଛନ୍ତି । ଶରୀର ଭିତରେ ଥିବା ସାତ ଗୋଟି ଚକ୍ର ଏହି ସପ୍ତଲୋକର ପ୍ରତୀକ ।ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନ
ସପ୍ତଲୋକକୁ ସ୍ମରଣ କରି ପ୍ରୟାଗରାଜ ମହାକୁମ୍ଭରେ ସାତ ଥର ବୁଡ଼ ପକାଇଲେ ଉପମୁଖ୍ୟମନ୍ତ୍ରୀ     ଶ୍ରୀ କନକ ବର୍ଦ୍ଧନ ସିଂହଦେଓ


ଭୁବନେଶ୍ୱର, 24 ଫେବୃଆରୀ - ପବିତ୍ର ତ୍ରିବେଣୀ ସଙ୍ଗମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ

ସିଂହଦେଓ ଆଜି ବୁଡ଼ ପକାଇଛନ୍ତି । ସପ୍ତଲୋକକୁ ସ୍ମରଣ କରି ସେ ସାତ ଥର ବୁଡ଼ ପକେଇଛନ୍ତି ।

ଶରୀର ଭିତରେ ଥିବା ସାତ ଗୋଟି ଚକ୍ର ଏହି ସପ୍ତଲୋକର ପ୍ରତୀକ ।ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କରିବା ସହ ରାଜ୍ୟକୁ

ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବା ନିମନ୍ତେ ସେ ପ୍ରାର୍ଥନା କରିଛନ୍ତି । ଗାଁ ଗାଁ ରେ

ପ୍ରଗତିର ଗଙ୍ଗା ବହିବା ସହ ରାଜ୍ୟରେ ଶାନ୍ତି ଓ ଉନ୍ନତି ପାଇଁ କାମନା କରିଛନ୍ତି । ଭାରତୀୟ

ଆଧ୍ୟାତ୍ମିକ ବିଶ୍ୱାସରେ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମ କେବଳ ପଵିତ୍ରତମ ନୁହେଁ ମୁକ୍ତିର ଏକ

ପବିତ୍ର ତୀର୍ଥସ୍ଥାନ । ଏହି ପବିତ୍ର ସ୍ନାନ ସମୟରେ ସାଥିରେ ତାଙ୍କ ସହଧର୍ମିଣୀ ତଥା ସାଂସଦ

ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଓ ସୁପୁତ୍ରୀ ଶ୍ରୀମତୀ ନିଭ୍ରିତି କୁମାରୀ ମେୱାର ମଧ୍ୟ

ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ଅନିଲ


 rajesh pande