ସମ୍ବଲପୁର, ୨୪ ଫେବୃଆରୀ (ହି.ସ.)- ଏକ ସାରସ୍ବତ ତଥା ଭାବମୟ ପରିବେଶ ମଧ୍ୟରେ କଲମ ପରିବାର ଟ୍ରଷ୍ଟ ଆନୁକୁଲ୍ୟରେ ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ୟୁଟିଲିଟି ସେଣ୍ଟର ଠାରେ ତୃତୀୟ ବାର୍ଷିକ ଉତ୍ସବ ଓ ବହୁଭାଷୀ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। କଲମ ପରିବାରର ସଭାପତି କବି ତଫିଜୁଲ୍ ହୁସେନ୍ ଙ୍କ ପରିଚାଳନା କରିଥିଲେ। ଆୟୋଜିତ ସାରସ୍ବତ ସଭା ରେ ବ୍ୟଙ୍ଗ କବି ମନୋରଞ୍ଜନ ସାହୁ ମୁଖ୍ୟଅତିଥି, ବିଶିଷ୍ଟ ସାହିତ୍ୟିକ ଡ଼. ଦ୍ୱାରିକା ନାଥ ନାୟକ ମୁଖ୍ୟଵକ୍ତା, ଗବେଷକ ଡ଼. ମୋହନ ସାହୁ, ଡ଼. ନିରୁପମା ବଡପଣ୍ଡା ଓ ଡ଼. ଉମା ଚରଣ ପତି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ସାହିତ୍ୟ ରେ ସଙ୍କଟ, ଉପଭୋକ୍ତାବାଦ ର ପ୍ରଭାବ ଓ ଓଡିଆ କବିତା ର ଗତି ପ୍ରକୃତି ବିଷୟ ରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନୁଷ୍ଠାନ ର ସ୍ମରଣିକା-ଶବ୍ଦାର୍ଘ୍ୟ ଉନ୍ମୋଚିତ ହୋଇଥିଲା। କ୍ଷେତ୍ରମଣି ବିଭାର ଓ ଡ଼. ଗୋିରୀଦାସ ପ୍ରଧାନ ସହଯୋଗ କରିଥିବା ବେଳେ ଜୟକୃଷ୍ଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
ମୁକ୍ତକଣ୍ଠ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ କବିତା ପାଠୋତ୍ସବ ରେ ସମ୍ମାନୀତ ଅତିଥି ଭାବେ ଉତ୍ପନ୍ନ ଭୋଇ, ମହେଶ୍ବରୀ ପ୍ରସାଦ ପାଣିଗ୍ରାହୀ , କବି ଲକ୍ଷ୍ମୀନାରାୟଣ ହୋତା ଓ ଗୋିରୀ ଦାସ ପ୍ରଧାନ କବିତା ର ବାର୍ତ୍ତା ଓ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ପ୍ରଣତି ମହାପାତ୍ର ଓ ତରଣୀ ସେନ ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠ ଆସରରେ ପ୍ରାୟ ୫୦ ଜଣ କବି ଓ କବିୟତ୍ରୀ ସ୍ବରଚିତ କବିତା ପାଠ କରିଥିଲେ। କବିତା ପାଠସମାରୋହ ରେ ଲକ୍ଷ୍ମୀ ନାରାୟଣ ପଣ୍ଡାମଧ୍ୟ ସମ୍ମାନୀତଅତିଥି ଭାବେ ଯୋଗ ଦେଇଥିଲେ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ