ଜୟପୁର, ୨୪ ଫେବୃଆରୀ (ହି.ସ.)-
ଗୁପ୍ତେଶ୍ବର ମହାଦେବଙ୍କ ଦର୍ଶନ ନିମନ୍ତେ ପ୍ରଶାସନ ପକ୍ଷରୁ କରାଯାଇଥିବା ଟିକଟ ବ୍ୟବସ୍ଥାକୁ ବିରୋଧ କରି ଆଜି ବୈପାରିଗୁଡା ହିନ୍ଦୁ ସମାଜ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। କୋରାପୁଟ ଜିଲ୍ଲାର ପ୍ରଶିଦ୍ଧ ଶୈବପୀଠ ରାଜ ରାଜୁଡା ଅମଳରୁ ପୂଜା ପାଇ ଆସୁଛି। ଭକ୍ତ ମାନଙ୍କ ଅଧିକ ସମାଗମ ହେଲେ ଅଞ୍ଚଳର ନା ବଢିବା ସହ ଅଞ୍ଚଳର ବିକାଶ ହେଉଛି। କିନ୍ତୁ, ଦୁଃଖର କଥା ଅଞ୍ଚଳର ମହାଦେବଙ୍କୁ ଦର୍ଶନ କରିବାକୁ ପ୍ରଶାସନ ୧୦ ଟଙ୍କା ଖଜଣା ଦେବାକୁ ବାଧ୍ୟ କରୁଛନ୍ତି। ଏହା ଏକ ଲଜ୍ୟାର ବିଷୟ ଅଟେ। ଯେତେବେଳେ ଖ୍ରୀଷ୍ଟ ଧର୍ମର ବ୍ୟକ୍ତି ଏବ˚ ମୁସଲମାନ ଧର୍ମର ବ୍ୟକ୍ତି ବିଶେଷଙ୍କୁ ତାଙ୍କର ପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ କୌଣସି ଖଜଣା ଆଦାୟ କରାଯାଉନାହିଁ। ଏପରିକି ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଓ ପୁରୀର ଜଗନ୍ନାଥ ମନ୍ଦିରରେ ମଧ୍ୟ ଟିକଟ ବ୍ୟବସ୍ଥା କରାଯାଇ ନାହିଁ। ତେଣୁ କାହିଁକି ଏଠି ଆଦାୟ କରାଯାଉଛି ଓ ହିନ୍ଦୁମାନଙ୍କୁ ଅନ୍ୟାୟ କରାଯାଉଛି ବୋଲି ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଯଦି ପ୍ରଶାସନ ସବୁଦିନ ପାଇଁ ଏହି ଟିକଟ ବ୍ୟବସ୍ଥାକୁ ନ ଉଠାନ୍ତି ତେବେ ଆଗାମୀ ଦିନରେ ହିନ୍ଦୁ ସମାଜ ପକ୍ଷରୁ ରାଜରାସ୍ତା ବନ୍ଦ କରାଯିବା ସହ ଆନ୍ଦୋଳନ କରାଯିବ ବୋଲି ଲିଖିତ ଭାବେ ଜଣାଇଛନ୍ତି। ଦାବି ପତ୍ର ପ୍ରଦାନ ସମୟରେ ସ୍ୱାମୀ ବିଶ୍ୱ ମିତ୍ରା ନନ୍ଦ ଗିରି,ରମେଶ ନାରାଜୀ, ଘନ ହନ୍ତାଳ, ରବିନ୍ଦ ନାୟକ, ସନ୍ତୋଷ ମିଶ୍ର,ରବି ଖିଲ, ଲମ୍ବୋଦର ସ୍ବାଇଁ, ପିତବାସ ପାଙ୍ଗି, ଗୌରହରି ମାଳି, ସୁରେଶ ସ୍ବାଇଁଙ୍କ ସମେତ ଅନ୍ୟ ହିନ୍ଦୁ କର୍ମକର୍ତ୍ତା ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପବନ