ସମ୍ବଲପୁର, ୨୪ ଫେବୃୟାରୀ (ହି.ସ) - ସମ୍ବଲପୁରରେ ସ୍ୱଚ୍ଚତାରେ ଜନ ଭାଗିଦାରୀ ଅଭିଯାନର ଶୁଭାରମ୍ଭ ପରେ ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁ ସତ୍ୟନାରାୟଣ ସମ୍ବଲପୁରୀ ଡେରା ପହଂଚିଏହାକୁ ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାର ପ୍ରସାର ଦିଗରେ ବ୍ୟବହାର କରିବା ଦିଗରେ ବିକଶିତ କରିବା ପାଇଁ ଉଦ୍ୟମ କରାଯିବ ବୋଲି କହିଛନ୍ତି । ସମ୍ବଲପୁରୀ ଡେରାରେ ଥିବା ସମ୍ବଲପୁରୀ ଭାଷା ସଂସ୍କୃତିର ପ୍ରଚାରକ ଗୁରୁ ସତ୍ୟନାରାୟଣ ବହିଦାରଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିବା ସହ ଡେରାର ମାଷ୍ଟରପ୍ଲାନ ତିଆରି କରାଯାଇ ଯୋଜନାବଦ୍ଧ ଭାବରେ ଏହାର ବିକାଶ ପାଇଁ ପରାମର୍ଶ ଦେଇଛନ୍ତି । ପ୍ରଥମେ ଖୋଲା ରହିଥିବା ଅଂଚଳରେ ପାଚେରୀ ନିର୍ମାଣ କରି ଗେଟ ବ୍ୟବସ୍ଥା କରିବା ପାଇଁ ମହାନଗର ନିଗମକୁ ପରାମର୍ଶ ଦେଇଛନ୍ତି ଅନ୍ୟ ପକ୍ଷରେ ଖୁବ ଶିଘ୍ର ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ମହାନଗର କମିଶନର କହିଛନ୍ତି । ଏହି ଅବସରରେ ର୍ପୂତନ ରେଙ୍ଗାଲୀ ବିଧାୟକ ନାଉରୀ ନାୟକ, ଆଇଜି ହିମାଂଶୁ ଲାଲ, ସମ୍ବଲପୁର ଜିଲାପାଳ ସିଦ୍ଧେଶ୍ୱର ବଲିରାମ ବୋନ୍ଦର, ଏସପି ମୁକେଶ ଭାମୁ, ପଶ୍ଚିମାଂଚଲ ଏକତା ମଂଚର ଉପଦେଷ୍ଟା ଡ. ପ୍ରମୋଦ ରଥ, ଆବାହକ ଭବାନୀଶ ଭୋଇ , ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ
ହିନ୍ଦୁସ୍ଥାନ ସମାଚାର / ଶୈଳେଶ