କେନ୍ଦ୍ରାପଡ଼ା, ୨୫ ଫେବୃଆରୀ(ହି.ସ.) – କେନ୍ଦ୍ରାପଡାର ଆରାଧ୍ୟ ଦେବ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପାଦଧୈାତ ପୁଷ୍କରିଣୀକୁ ଆଳି ଶାଖା ନିରଙ୍କାରୀ ମିଶନ ପକ୍ଷରୁ ସଫେଇ କରାଯାଇଛି। ସଦ୍ଗୁରୁ ମାତା ସୁଦୀକ୍ଷା ସବିନ୍ଦର୍ ହରଦେବଜୀଙ୍କ ନିର୍ଦ୍ଦେଶକ୍ରମେ ପ୍ରୋଜେକ୍ଟ ଅମ୍ରିତ୍ଧାର ଯୋଜନା ମୁତାବକ ତୁଳସୀକ୍ଷେତ୍ରର ଗୋଡଧୁଆ ପୁଷ୍କରିଣୀ ଠାରେ ଆୟୋଜିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆଳି, ସିଙ୍ଗିରୀ, ଗୈାଡବାଡପୁର, ରାଜକନିକା ଓ ସୁବଳା ଅଂଚଳର ଶତାଧିକ ମିଶନ୍ ଅନୁଗାମୀମାନେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବଳଦେବଜୀଉ ଏଣ୍ଡାଉମେଂଟ୍ର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରି ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍ୱଚ୍ଛ ପରିବେଶ ଓ ପ୍ରଦୂଷଣମୁକ୍ତ ସମାଜ ଗଠନ ପାଇଁ ଉଦ୍ୟମ କରିବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ। ଉମେଶ ଚନ୍ଦ୍ର ମହାରଣା, ଶଶିକାନ୍ତ ମହାପାତ୍ର, ପ୍ରଫୁଲ୍ଲ ବାରିକ, ସେବାଦଳ ଶିକ୍ଷକ ସରୋଜ ଦାସ, କୈଳାସ ସାହୁ, ସସ୍ମିତା ସାମନ୍ତରାୟ, ବେଣୁଧର ମଲ୍ଲିକ ଓ ଆଳି ଶାଖା ମୁଖ୍ୟ ସୁରେନ୍ଦ୍ର କୁମାର ଗିରି ଙ୍କ ସହଯୋଗରେ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି