ଘଟଗାଁ, ୨୫ ଫେବୃଆରୀ(ହି.ସ.) – ଆନନ୍ଦପୁର ପୌର ପରିଷଦ ଅନ୍ତର୍ଗତ ୧୪ ନଂ ୱାର୍ଡ ଘସିପୁରା ଶ୍ରୀରାମ ନଗରରେ ନୂତନ ଶିବ ମନ୍ଦିର ନିର୍ମାଣ କରାଯାଇ ପ୍ରତିଷ୍ଠା କରାଯାଇଥିବା ଜଣାଯାଇଛି । ଗ୍ରାମର ପୂଜକ ଧର୍ମେନ୍ଦ୍ର ପତିଙ୍କ ସଂଯୋଜନା ଆୟୋଜିତ ପ୍ରତିଷ୍ଠା ଉତ୍ସବରେ ଶୌଭାଗ୍ୟ ସାହୁ ଓ ଶାଶ୍ୱତୀ ସାହୁ ସଂକଳ୍ପ କରିଥିବାବେଳେ ପୋଲସ୍ତ ସାହୁ, ଉଗ୍ରସେନ ସାହୁ, ବିଜୟ କୁମାର ଦାସ, ଧନଞ୍ଜୟ ନାୟକ, ଯଦୁନାଥ ମହାରଣା, ମୃତ୍ୟୁଞ୍ଜୟ ନାୟକ, ରଞ୍ଜନ ସାହୁ, ପ୍ରମୁଖଙ୍କ ସହଯୋଗରେ ଏହି ମନ୍ଦିର ପ୍ରତିଷ୍ଠା କରାଯାଇଥିଲା। ସକାଳୁ ପୂଣ୍ୟତୋୟା ବୈତରଣା ନଦୀରୁ ଶୁଭ କଳସ ଶୋଭାଯାତ୍ରା ସମାପନ ପରେ ଚଣ୍ଡିପୂଜା, ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା ପୂଜକ ପୂଜକ ଧର୍ମେନ୍ଦ୍ର ପତି ଏବଂ ତାଙ୍କ ସହଯୋଗୀ ଙ୍କ ପୂଜା କାର୍ଯ୍ୟରେ ସହଯୋଗ କରିଥିଲେ। ଘସିପୁରା ଓ ପୋଡା ଖମଣସାହିର ଗୌରହରି କୀ ର୍ତନ ମଣ୍ଡଳୀ ଦ୍ୱାରା ନାମ ସଙ୍କୀର୍ତନ ପରିବେଷଣ କରା ରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର/ଘନଶ୍ୟାମ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ଘନଶ୍ୟାମ