ଅଚ୍ୟୁତ ସାମନ୍ତଙ୍କୁ ସରକାର କାହିଁକି ଗିରଫ କରୁନାହାନ୍ତି?-ଯୁବ କଂଗ୍ରେସ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ରଞ୍ଜିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗିରଫ ନ ହେବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିବ । ମୋହନ ସ
ଅଚ୍ୟୁତ ସାମନ୍ତଙ୍କୁ ସରକାର କାହିଁକି ଗିରଫ କରୁନାହାନ୍ତି?-ଯୁବ କଂଗ୍ରେସ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ରଞ୍ଜିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ ଯେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଗିରଫ ନ ହେବା ପର୍ଯ୍ୟନ୍ତ ଯୁବ କଂଗ୍ରେସ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଜାରି ରଖିବ । ମୋହନ ସରକାର ପକ୍ଷରୁ ଅଚ୍ୟୁତ ସାମନ୍ତଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଦିଆଯାଉଛି । କାରଣ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଏବଂ ତା’ ପରବର୍ତୀ ପରିସ୍ଥିତିରେ ନେପାଳୀ ଛାତ୍ର ଛାତ୍ରୀଙ୍କୁ କିଟ୍‌ରୁ ହଷ୍ଟେଲରୁ ଧକ୍କାମାରି ବଳପୂର୍ବକ ବାହାରି କରିଦେବା କଥା ଦେଶ ବିଦେଶରେ ନିନ୍ଦା ହୋଇଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝି କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି । କେବଳ ଅଚ୍ୟୁତଙ୍କୁ ସୁରକ୍ଷା ଦେବା ପାଇଁ କିଟ୍‌ର କେତେଜଣ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉଛି । କିନ୍ତୁ ଏ କଥା ସମସ୍ତେ ଜାଣନ୍ତି ଯେ ଅଚ୍ୟୁତ ସାମନ୍ତଙ୍କ ବିନା ନିର୍ଦ୍ଦେଶରେ କିଟ୍ ପରିସରରେ ଗଛପତ୍ର ହଲେ ନାହିଁ । ସୁତରାଂ କିଟ୍ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଅଚୁୃ୍ୟତ ସାମନ୍ତ ଶୋଷଣ କରୁଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ରାଜ୍ୟ ଶିକ୍ଷାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଏ ପ୍ରସଙ୍ଗରେ ସଂପୂର୍ଣ୍ଣ ନିରବତା ଅବଲମ୍ବନ କରିଛନ୍ତି । ଏହା ଉଚ୍ଚ ଶିକ୍ଷା ବିଭାଗ ପରିସରରେ ଆସୁଥିଲେ ମଧ୍ୟ ଦୁଇ ଉଚ୍ଚଶିକ୍ଷାମନ୍ତ୍ରୀ ଅଚ୍ୟୁତ ସାମନ୍ତଙ୍କ ପାଖରେ ବନ୍ଧା ପଡ଼ିଛନ୍ତି ।

ଏବେ କିଟ୍ ବିଶ୍ୱବିଦ୍ୟାଳୟ ଡିମ୍‌ଡ୍ ୟୁନିଭରସିଟିର ମାନ୍ୟତା ବଜାୟ ରଖିବା ଉଚିତ୍ ନୁହଁ । ସେଠାରେ ଶୈକ୍ଷିକ ବାତାବରଣ ଠିକ୍‌ଠାକ୍ ନାହିଁ । ପ୍ରତିବର୍ଷ କିଟ୍ ପରିସରରେ ମୃତ୍ୟୁଘଟଣା ଘଟୁଛି କିନ୍ତୁ ଅଚ୍ୟୁତ ସାମନ୍ତଙ୍କ ଲମ୍ବା ହାତ ଯୋଗୁଁ ଏହି ଘଟଣାର ତଦନ୍ତ ହୋଇପାରୁନାହିଁ । ଅଚୁୃ୍ୟତ ସାମନ୍ତଙ୍କ ଅପକର୍ମ ପାଇଁ ଓଡ଼ିଶାର ଅନ୍ୟାନ୍ୟ ବିଶ୍ୱବିଦ୍ୟାଳୟ ଉପରେ ଦେଶ ଓ ବିଦେଶର ଲୋକମାନଙ୍କର ବିଶ୍ୱାସନିୟତା ରହିବ ନାହିଁ । ଅଚ୍ୟୁତ ସାମନ୍ତଙ୍କର ଏହା ଏକ କଳାସାମ୍ରାଜ୍ୟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ତେଣୁ ସରକାର କିଟ୍ ୟୁନିଭରସିଟିକୁ ଅଚ୍ୟୁତ ମୁକ୍ତ କରି ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଯୁବ କଂଗ୍ରେସ ଦାବି କରୁଛି । କିଟ୍ ଉପରେ ଅଚ୍ୟୁତଙ୍କର ଏକଛତ୍ର ନିୟନ୍ତ୍ରଣ ଉପରେ ସରକାର ତୁରନ୍ତ ରୋକ୍ ଲଗାନ୍ତୁ । ଓଡ଼ିଶାର ପ୍ରତିଷ୍ଠିତ ବ୍ୟକ୍ତି, ଉଚ୍ଚ ପଦସ୍ଥ ଅଫିସର, ରାଜନେତା ଓ କ୍ଷମତାଶାଳୀ ବ୍ୟକ୍ତିଙ୍କର ସଂପର୍କୀୟ, ପରିବାରର ଲୋକ ଓ ଲୋକଙ୍କୁ କିଟ୍‌ରେ ନିଯୁକ୍ତି ଦେଇ ସାମନ୍ତ ଓଡ଼ିଶାର ପ୍ରଶାସନ ଏବଂ ରାଜନେତାଙ୍କ ମୁହଁ ବନ୍ଦ କରିବାରେ ସଫଳ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏକ କଥାକୁ ଗୁରୁତ୍ୱର ସହ ବିଚାର କରନ୍ତୁ ।

ଜାଲ୍‌ଫିସାଦ କରି ଓ ସରକାରୀ କଳକୁ ସଂପୂର୍ଣ୍ଣ ଭାବେ ପ୍ରଭାବିତ କରି ଅଚ୍ୟୁତ ସାମନ୍ତ ସେଠାରେ ଜଙ୍ଗଲ ଜମି ଓ ଗଚୋର ଜମି ଦଖଲ କରିଛନ୍ତି । ଓଡ଼ିଶା ସରକାର ରାସ୍ତା କଡ଼ରେ ଉଠା ଦୋକାନିକୁ ହଇରାଣ ହରକତ କରୁଛନ୍ତି । ବସ୍ତିବାସିନ୍ଦାଙ୍କ ଘର ଭାଙ୍ଗୁଛନ୍ତି । କିନ୍ତୁ ଅଚ୍ୟୁତ ସାମନ୍ତ ରାଜ୍ୟ ସରକାରଙ୍କର ବହୁ ମୂଲ୍ୟବାନ ଜମି ମାଡ଼ି ବସିଥିଲେ ମଧ୍ୟ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କ’ଣ ପାଇଁ ହେଉନାହିଁ?

କିଛି ନିରୀହ ଲୋକଙ୍କର ଜମିକୁ ଜୋରଜବରଦସ୍ତ କରି ଅଚ୍ୟୁତ ସାମନ୍ତ ସେଠାରେ ମାଡ଼ି ବସିଛନ୍ତି । ସେମାନେ ଅଭିଯୋଗ କଲେ ଗୁଣ୍ଡା ଲଗାଇ ଭୟଭୀତ କରାଯାଉଛି । ପୁଲିସ୍ ଅଚ୍ୟୁତଙ୍କ ସପକ୍ଷରେ । ତେଣୁ ସେ ନିରୀହ ଲୋକ ନ୍ୟାୟ ପାଇବେ କେମିତି? ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ସେହି ଜମିମାଲିକମାନଙ୍କୁ ଆହ୍ୱାନ କରାଯାଉଛି ଯେ ସେମାନେ ସେମାନଙ୍କର ଉପଯୁକ୍ତ କାଗଜପତ୍ର ସହ ଦେଖା କରିବା ପାଇଁ । ସେମାନେ କିପରି ତାଙ୍କର ଜମି ଫେରି ପାଇବେ ସେଥିପାଇଁ ଯୁବ କଂଗ୍ରେସ ଲଢ଼େଇ କରିବ । କିଟ୍ ଜମି କେତେ ସେ କଥା ସରକାର ଗଣମାଧ୍ୟମରେ ପ୍ରକାଶ କରନ୍ତୁ । କେତେ ବେଆଇନ୍ ଜମି ଅଧିକାର କରାଯାଇଛି ତାହା ମଧ୍ୟ ସରକାର ଲୋକଙ୍କୁ ଜଣାନ୍ତୁ । ନ ହେଲେ ଅମିନ ନେଇ ଯୁବ କଂଗ୍ରେସ କିଟ୍‌ର ଜମି କେତେ ଏବଂ ବେଆଇନ ଅଧିକୃତ ଜମି ତାହା ମାପ କରି ଲୋକଙ୍କୁ ଜଣାଇବେ ।

ସର୍ବଶେଷରେ ଯୁବ କଂଗ୍ରେସ ପକ୍ଷରୁ ସରକାରୀ ଜମି ହଡପକାରୀ, ଲୋକଙ୍କ ଜମି ଜବର ଦଖଲକାରୀ ଓ ଛାତ୍ର ଛାତ୍ରୀଙ୍କ ଶୋଷଣକାରୀ ଅଚ୍ୟୁୃତ ସାମନ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଯୁବ କଂଗ୍ରେସ ଦାବି କରୁଛି ।

ଏହି ସାମ୍ବାଦିକ ସମ୍ମିଳନୀରେ ପିସିସିର ପୂର୍ବତନ ସାଧାରଣ ସମ୍ପାଦକ ତଥା ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ମନୋଜ ବିଶ୍ୱାଳ, ପୂର୍ବତନ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ସତ୍ୟଜିତ୍ ପଟ୍ଟନାୟକ ଓ ମହମ୍ମଦ ପରଭେଜ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande