କୋରେଇ, ୨୪ ଫେବ୍ରୁଆରି (ହି.ସ.) - ପାଣିକୋଇଲିର ଅଂଚଳର ଯୁବ ନେତା ତଥା ଯୁବ ବ୍ୟବସାୟୀ ସ୍ୱପ୍ନାନନନ୍ଦ ଦାସଙ୍କ ମାଆ ନଳିନୀ ଦାସ(୮୦)ଙ୍କ ବାର୍ଦ୍ଧକ୍ୟ ଜନିତ ଅବସ୍ଥାରେ କଟକରେ ଚିକିତ୍ସିତ ଅବସ୍ତାରେ ମୃତ୍ୟୁ ଘଟିଛି । ପଥରପଦା ପଂଚାୟତ ଅନ୍ତର୍ଗତ ବଡବରୁଣାଇପଦା (ନୁଆଗାଁ) ଗ୍ରାମର ସ୍ୱର୍ଗତ ମୁରଲୀଧର ଦାସଙ୍କ ଧର୍ମପତ୍ନୀ ନଳିନୀ ଜଣେ ଦର୍ମପରାୟଣ ମହିଳା ଭାବେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଥିଲା । ତାଙ୍କ ମରଶରୀର ବାସଭବନରେ ପହଂଚିବା ପରେ ବହୁ ରାଜନେତା, ବୁଦ୍ଧିଜିବୀ, ବ୍ୟବସାୟୀ ପହଂଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ପରେ ତାଙ୍କୁ ଯାଜପୁରସ୍ଥିତ ବାରୁଣୀ ମହାଶସ୍ମାନକୁ ନିଆଯାଇ ଶେଷକୃତ ସମ୍ପନ୍ନ କରାଯାଇଥିଲା । ପୁତ୍ର ରଂଜନ, ମଦନ ଝିଅ, ଜ୍ୱାଇଁ, ନାତୀ ନାତୁଣୀ, ପୁତ୍ରବଧୁ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସାନପୁଅ ସ୍ୱପ୍ନାନନ୍ଦ ମୁଖାଗ୍ନୀ ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ