କୋରେଇ, ୨୪ ଫେବ୍ରୁଆରି (ହି.ସ.) - ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟ ପରିସରରେ ଆଜି ତ୍ରୀନାଥ ମନ୍ଦିର ପରିସରରେ ବାର୍ଷିକ ତ୍ରୀନାଥ ଉତ୍ସବ ମହାସମାରୋହରେ ପାଳିତ ହୋଇଛି । ଏଥି ନିମନ୍ତେ କଳସ ବୁଡା ଯାଇ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଭଜନ ଅନୁଷ୍ଠିତ ହୋଇଥିଲା । ଯାଜପୁର ଆରକ୍ôଷ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ ଅତିଥି ଭାବେ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ପୁଷ୍ପାଂଜଳୀ ପ୍ରଦାନ କରିଥିଲେ । କର୍ତାଭାବେ ସୁଧାଂଶୁ ଶେଖର ଘଡାଇ ଓ ପôଡ଼ୀ ସଶ୍ମିତା ରାମ ସସ୍ତ୍ରୀକ ଯୋଗଦେଇଥିଲେ । ଜିଲ୍ଲା ପୁଲିସ ମୁଖ୍ୟାଳୟର ସମସ୍ତ ଅଧିକାରୀ/ କର୍ମଚାରୀ କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଜିଲ୍ଲା ହାବିଲଦାର କନେଷ୍ଟବଳ ସଂଘର ସଭାପତି ଦିଲ୍ଲୀପ ଦାସଙ୍କ ନେତୃତ୍ୱରେ ସମସ୍ତ ଙ୍କ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମ ସମାପନ କରାଯାଇଥିଲା । ପରେ ସମୂହ ପ୍ରସାଦ ସେବନ କରାଯାଇ କାର୍ଯ୍ୟକ୍ରମକୁ ଶେଖ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର/ଭାସ୍କର/ଭାନୁ
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ