ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ରାଜଧାନୀକୁ
ଜଗିବ ଏଆଇକ୍ୟାମେରା । ଅପରାଧୀଙ୍କ ଗତିଵିଧି ଉପରେ ରହିବ ନଜର ଏଆଇ କ୍ୟାମେରା । ଖୁଵଶୀଘ୍ର ଏଭଳି
ପଦକ୍ଷେପ ନେବାକୁ ଯାଉଛି କମିସନରେଟ ପୋଲିସ । ବିଭିନ୍ନ ଛକ ବଜାରରେ ଏବଂ ଟ୍ରାଫିକ ପୋଷ୍ଟରେ
ପ୍ରାଥମିକ ପ୍ରର୍ଯ୍ୟାୟରେ ଲାଗିବ ଏଆଇକ୍ୟାମେରା । ସ୍ମାର୍ଟ ସିଟିରେ ପାଖାପାଖି 1000 ଟି କ୍ୟାମେରା
ରହିଛି । ଆହୁରି ଅଧିକ କ୍ୟାମେରା ଲଗାଇବା ପାଇଁ ରାଜ୍ୟ ସରକାରଙ୍କୁ ଏନେଇ ଚିଠି ଲେଖି ଜଣାଇବ
କମିସନରେଟ ପୋଲିସ । ସେପଟେ ଆପର୍ଟମେଣ୍ଟ ଓ ବ୍ୟାଙ୍କ କତୃପକ୍ଷଙ୍କୁ ତାଗିଦ କଲେ ପୋଲିସ କମିସନର
। ଯଥା ଶୀଘ୍ର ଆପାର୍ଟମେଣ୍ଟ ଓ ଏଟିଏମକାଉଣ୍ଟରକୁ ପୋଲିସ କଣ୍ଟ୍ରୋଲ ରୁମ ସହ ସଂଯୋଗ କରିବାକୁ କହିଛନ୍ତି
ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା