ଏକ ପାଖିଆ ଭାବେ ପୋଲାଭରମ ପ୍ରକଳ୍ପ ନ ହେଉ-ବିଜେଡି ପୋଲାଭରମ ପ୍ରତିବାଦ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନରେ ସାମିଲ ହେବାକୁ ନବୀନଙ୍କୁ ନିବେଦନ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ପୋଲାଭରମ ପ୍ରତିବାଦ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ ନିବେଦନ କରିଛି । ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି ଯେ, ବିଜେଡି ଲମ୍ବା ସମୟ ଧରି ପୋ
ଏକ ପାଖିଆ ଭାବେ ପୋଲାଭରମ     ପ୍ରକଳ୍ପ ନ ହେଉ-ବିଜେଡି ପୋଲାଭରମ ପ୍ରତିବାଦ     କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନରେ ସାମିଲ ହେବାକୁ ନବୀନଙ୍କୁ ନିବେଦନ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)- ପୋଲାଭରମ

ପ୍ରତିବାଦ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନରେ ସାମିଲ ହେବାକୁ ନବୀନ ପଟ୍ଟନାୟକଙ୍କୁ

ନିବେଦନ କରିଛି । ଏହା ଉପରେ ପ୍ରତିକ୍ରିୟା ରଖି ବିଜେଡି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତି

ଯେ, ବିଜେଡି ଲମ୍ବା ସମୟ ଧରି ପୋଲାଭରମ ଆନ୍ଦୋଳନରେ ସାମିଲ ଅଛି । ସରକାରରେ ଥିବାରୁ ଆଜି

ବିରୋଧୀ ଦଳରେ ଥିବା ଯାଏଁ ଆନ୍ଦୋଳନ କରୁଛୁ । ପୋଲାଭରମ ମାଲକାନଗିରିକୁ କେତେ କ୍ଷତି ଦେବ, ଆମେ କେନ୍ଦ୍ର

ସରକାରଙ୍କୁ ଜଣାଇଛୁ । ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖିଛନ୍ତି । ନିର୍ବାଚନ ପୁର୍ବରୁ ବି

ଚିଠି ଲେଖିଥିଲେ ।ସୁପ୍ରିମକୋର୍ଟ ବି ଏକ ପାଖିଆ ନିଷ୍ପତ୍ତି ନେଇ ପାରିବେନାହିଁ ବୋଲି

ନିଷ୍ପତ୍ତି ଜଣାଇଥିଲେ । ହେଲେ ଆନ୍ଧ୍ର ପ୍ରଦେଶର ଚନ୍ଦ୍ର ବାବୁ ନାଇଡ଼ୁଙ୍କୁ ରାଜନୈତିକ ଉଦେଶ୍ୟ

ପାଇଁ ପ୍ରଥମେ 12000 ଓ ତା ପରେ 5000 କୋଟି ଦେଇଛି କେନ୍ଦ୍ର । ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ କରିବା ସହ ଦିଲ୍ଲୀରେ

କେନ୍ଦ୍ର ମନ୍ତ୍ରୀ ଓ ସିଡବ୍ଲୁସିଙ୍କୁ ଭେଟିଥିଲେ । ଏକ ପାଖିଆ ଭାବେ ପ୍ରକଳ୍ପ ନ ହେଉ ବୋଲି

କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର । ପୋଲାଭରମ ପ୍ରତିବାଦ କ୍ରିୟାନୁଷ୍ଠାନ କମିଟି

ମୋଟୁ ଓ ପଡିଆର 12 ପଂଚାୟତ ଯେଉଁମାନେ କ୍ଷତି ସହିବେ, 14 ଆଦିବାସୀ କମିଟି, ପୋଲାଭରମ ଅଞ୍ଚଳ ଆଦିବାସୀ ପ୍ରତିବାଦ କମିଟି ଫେବୃଆରୀ 28 ରେ ଆନ୍ଦୋଳନ

କରିବେ । ଏହି ଆନ୍ଦୋଳନର ବିଗତ ଦିନରେ ବିଜେଡି ସହଯୋଗ କରିଛି । କମିଟି ନବୀନଙ୍କୁ ନିବେଦନ

କରିଛି ଏଥିରେ ଯୋଗଦେବାକୁ । ତେବେ ପ୍ରତିବାଦ ସଭାରେ ନବୀନ ପଟ୍ଟନାୟକ ଯୋଗ ଦେବେ ନା ନାହିଁ

ସେନେଇ ଦିନେ ଦୁଇଦିନ ଭିତରେ ସଭାପତି ନିଷ୍ପତ୍ତି ନେବେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande