ପୋଲାଭରମ କରିବା ପାଇଁ ନବୀନ ହଁ ମାରିଥିଲେ- ବିଜେପି ବିଧାୟକ
ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.) - ପୋଲାଭରମ କରିବା ପାଇଁ ନବୀନ ହଁ ମାରିଥିଲେ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ପୋଲାଭରମ ପ୍ରକଳ୍ପ ହେଲା ବେଳେ ବିଜେଡ଼ି ଦାୟିତ୍ୱରେ ଥିଲା। ଅନ୍ଧ ଭାବେ ସମର୍ଥନ କଲା। ପୋଲାଭରମକୁ କରିବାକୁ ଦିଆଗଲା। ନବୀନ ପଟ୍ଟନାୟ
ପୋଲାଭରମ କରିବା ପାଇଁ ନବୀନ     ହଁ ମାରିଥିଲେ- ବିଜେପି ବିଧାୟକ


ଭୁବନେଶ୍ୱର, 24 ଫେବ୍ରୁଆରି (ହି.ସ.)

- ପୋଲାଭରମ କରିବା

ପାଇଁ ନବୀନ ହଁ ମାରିଥିଲେ ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢୀ । ପୋଲାଭରମ ପ୍ରକଳ୍ପ

ହେଲା ବେଳେ ବିଜେଡ଼ି ଦାୟିତ୍ୱରେ ଥିଲା। ଅନ୍ଧ ଭାବେ ସମର୍ଥନ କଲା। ପୋଲାଭରମକୁ କରିବାକୁ ଦିଆଗଲା।

ନବୀନ ପଟ୍ଟନାୟକ ଏବେ ବିରୋଧ କଲେ ଲୋକେ ହସିବେ। ପୋଲାଭରମ କରିବା ପାଇଁ ନବୀନ ହଁ ମାରିଥିଲେ ସେ

କରିଦେଲେ। ନବୀନ ବର୍ତମାନ ଆନ୍ଦୋଳନ କଲେ ଲୋକ ତାଙ୍କ ଉପରେ ହସିବେ। ନବୀନ ସେଠାକୁ ଯିବା ପାଇଁ

ଚାହୁନାହାନ୍ତି। ତାଙ୍କ ଦଳରେ ଆଉ ତାଙ୍କର କଣ୍ଟ୍ରୋଲ ନାହିଁ। ପ୍ରେସ ମିଟରେ ଗୋଟେ କଥା

ନବୀନଙ୍କର ଗୋଟେ କଥା। ଆମ ସରକାର ସମାଧାନ ପାଇଁ ବାଟ ବାହାର କରୁଛନ୍ତି । ବିଜେପି କେମିତି ଦାୟୀ

ହେବ 24ବର୍ଷ ଶାସନରେ କଣ

ଆମେ ଥିଲୁ। ବିଜେଡି ସମ୍ପୂର୍ଣ ଭାବେ ଦାୟୀ । ମହାନଦୀ ପାଣି ବିଜେଡି ବିକ୍ରି କରିଦେଲା , ସେଥିପାଇଁ ମହାନଦୀ

ଶୁଖିଲା। ଓଡ଼ିଶା ଅସୁବିଧାରେ ପଡ଼ିଛି। ପୋଲାଭରମ କ୍ଷେତ୍ରରେ ନବୀନ ଚୁପ୍। ବିଜେପି ପୋଲାଭରମକୁ

ନେଇ ଚେଷ୍ଟା କରୁଛି ବୋଲି ସରୋଜ ପାଢି କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande