ଭୁବନେଶ୍ୱର, 25 ଫେବ୍ରୁଆରି (ହି.ସ.)- ସମ୍ବଲପୁର
ଜିଲ୍ଲା ନାକଟିଦେଉଳ ବ୍ଲକ ଠାରେ ଦୁଗ୍ଧ ଶୀତଳୀକରଣ କେନ୍ଦ୍ରର ଉଦଘାଟନ କରିଛନ୍ତି
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଜି
ଲୋକାର୍ପିତ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଦ୍ଵାରା ଅଞ୍ଚଳବାସୀ ବିଶେଷ ଭାବରେ ଛାତ୍ରଛାତ୍ରୀମାନେ
ପୁଷ୍ଟିକର କ୍ଷୀର ପାଇପାରିବେ । ରୋଜଗାରର ଏକ ମାଧ୍ୟମ ଭାବେ ଦୁଗ୍ଧ ଚାଷୀମାନଙ୍କ ଆର୍ଥିକ
ସ୍ଥିତି ସୁଦୃଢ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵରେ ଆମ ଦେଶ ଦୁଗ୍ଧ
ଉତ୍ପାଦନରେ ଆତ୍ମନିର୍ଭରଶୀଳ ହୋଇଛି । ଦୁଗ୍ଧ ଚାଷୀଙ୍କ ପାଇଁ ସ୍ଵତନ୍ତ୍ର ପ୍ରୋତ୍ସାହନ, ସରକାରୀ ସହାୟତା ସହ ଅନେକ ଜନକଲ୍ୟାଣକାରୀ ଯୋଜନା ଦ୍ଵାରା ଗୋପାଳନ
କରି ଚାଷୀଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ କରାଯାଉଛି । ଆଜିର ପଦକ୍ଷେପ ସମ୍ବଲପୁର ଜିଲ୍ଲାରେ
ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ସହ ଏହି ବର୍ଗର ଚାଷୀଙ୍କ ଆର୍ଥିକ ସମ୍ବଳକୁ ସଶକ୍ତ କରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା