ଡେରାଡୁନ, 25 ଫେବ୍ରୁଆରି (ହି.ସ.)- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କ ଉତରକାଶୀ ଗସ୍ତ ଖରାପ ପାଗ କାରଣରୁ ସ୍ଥଗିତ ରଖାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ଗଙ୍ଗୋତ୍ରୀର ଶୀତକାଳୀନ ପ୍ରବାସ ମୁଖୱା ଓ ହର୍ଷିଲର ଗସ୍ତ ଫେବୃୟାରୀ 27ରେ
ପ୍ରସ୍ତାବିତ ଥିଲା । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ରାଜ୍ୟ ସରକାର ପ୍ରସ୍ତୁତି କରିଥିଲେ,
କିନ୍ତୁ ପାଣିପାଗ ବିଭାଗ ଦ୍ୱାରା ଜାରି ବରଫପାତ ଓ ବର୍ଷା ଆଲର୍ଟକୁ ଦୃଷ୍ଟିରେ ରଖି ଏବେ ଗସ୍ତକୁ
ସ୍ଥଗିତ ରଖାଯାଇଛି । ଏବେ ପିଏମ ମୋଦି ମାର୍ଚ୍ଚରେ ଗସ୍ତ କରିପାରନ୍ତି ବୋଲି କୁହାଯାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା