ପାଟଣା, 25 ଫେବ୍ରୁଆରି (ହି.ସ.)- ରାଷ୍ଟ୍ରପତି
ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ପାଟଣା ମେଡିକାଲ କଲେଜ ବିହାରର ଅମୂଲ୍ୟ ଐତିହ୍ୟ ମଧ୍ୟରୁ
ଅନ୍ୟତମ ଅଟେ । ଏହି ସଂସ୍ଥାନର ପୁରାତନତାକୁ ସଂରକ୍ଷିତ କରିବା ଓ ଆଧୁନିକତା ଅଭିମୁଖେ ନିରନ୍ତର
ଅଗ୍ରସର ହେବାର ଗୌରବଶାଳୀ ଇତିହାସ ରହିଛି । ପାଟଣା ମେଡିକାଲ କଲେଜ ଏବଂ ହସ୍ପିଟାଲ ଏସିଆର
ସର୍ବଶ୍ରେଷ୍ଠ ହସ୍ପିଟାଲ ମଧ୍ୟରୁ ଗୋଟିଏ ଅଟେ । ଏହି ସଂସ୍ଥାନର ପୂର୍ବ ଛାତ୍ର ନିଜ ପ୍ରତିଭା,
ସେବା ଓ ସମର୍ପଣ ବଳରେ ଦେଶ ବିଦେଶରେ ନିଜର ଓ ପିଏମସିଏଚର ନାମ କମାଇଛନ୍ତି । ସେ ମଙ୍ଗଳବାର
ପାଟଣା ମେଡିକାଲ କଲେଜ ଏବଂ ହସ୍ପିଟାଲର ଶତାବ୍ଦୀ ସମାରୋହର ମୁଖ୍ୟ ଅତିଥି ଭାବେ ସଂବୋଧିତ
କରିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି
ଯେ, ସ୍ୱାସ୍ଥ୍ୟସେବା ପାଇଁ ଅନ୍ୟ ସହର କିମ୍ବ ରାଜ୍ୟ ଯିବାରେ ଅନେକ ପ୍ରକାର କ୍ଷତି ହୋଇଥାଏ ।
ଯେପରିକି ଚିକିତ୍ସାରେ ବିଳମ୍ବ, ଭୋଜନ, ଆବାସ ଓ ରୋଜଗାର ସମସ୍ୟା । ଏହାଦ୍ୱାରା ବଡ ସହରର
ଚିକିତ୍ସା ସଂସ୍ଥା ଉପରେ ବି ବୋଝ ପଡିଥାଏ । ସାରା ଦେଶରେ ଭଲ ଚିକିତ୍ସା ସଂସ୍ଥାର
ବିକେନ୍ଦ୍ରୀକରଣ ଏହି ସମସ୍ତ ସମସ୍ୟାର ସମାଧାନ କରିବାରେ ସହଯୋଗ କରିବ । ଚେନ୍ନାଇ,
ହାଇଦ୍ରାବା, ମୁମ୍ବାଇ ଓ ଇନ୍ଦୋର ପରି ସହର ବିଶିଷ୍ଟ ଉପଚାର କେନ୍ଦ୍ର ଭାବେ ବିକଶିତ ହୋଇଛି ।
ବିହାରକୁ ବି ଏଭଳି ଅନେକ କେନ୍ଦ୍ର ବିକଶିତକ କରିବା ଆବଶ୍ୟଖ । ଏହାଦ୍ୱାରା କେବଳ ବିହାରର
ଲୋକଙ୍କୁ ଭଲ ଚିକିତ୍ସା ମିଳିବନି ବରଂ ରାଜ୍ୟର ଅର୍ଥବ୍ୟବସ୍ଥାକୁ ବି ପ୍ରୋତ୍ସାହନ ମିଳିବ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା