ହାତୀ ଆକ୍ରମଣରେ ଘୁଷୁରାମୁଣ୍ଡା ଗ୍ରାମର ପାରାଗାର୍ଡ ଓଙ୍କାରୀ ବାଗଙ୍କ ମୃତ୍ୟୁ
ବଲାଙ୍ଗିର, 26 ଫେବ୍ରୁଆରି (ହି.ସ )ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦୀର୍ଘ ଦିନରୁ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳୁଛି । ମଙ୍ଗଳବାର ଅପରାହ୍ନରେ ୩୫ଟିକିଆ ହାତୀପଲ ଏହି ରେଞ୍ଜ ଜଏଁତରା ସେକ୍ସନ ଗୋବିନ୍ଦପୁର ତିଖାଲୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ବେଳେ ଏକ ଦନ୍ତା ହାତୀ ଜଣେ ଠିକା ବ
ହାତୀ ଆକ୍ରମଣରେ ଘୁଷୁରାମୁଣ୍ଡା ଗ୍ରାମର ପାରାଗାର୍ଡ ଓଙ୍କାରୀ ବାଗଙ୍କ ମୃତ୍ୟୁ


ବଲାଙ୍ଗିର, 26 ଫେବ୍ରୁଆରି (ହି.ସ )ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ଅଞ୍ଚଳରେ ଦୀର୍ଘ ଦିନରୁ ହାତୀପଲଙ୍କ ଉତ୍ପାତ ଦେଖିବାକୁ ମିଳୁଛି । ମଙ୍ଗଳବାର ଅପରାହ୍ନରେ ୩୫ଟିକିଆ ହାତୀପଲ ଏହି ରେଞ୍ଜ ଜଏଁତରା ସେକ୍ସନ ଗୋବିନ୍ଦପୁର ତିଖାଲୀ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ବେଳେ ଏକ ଦନ୍ତା ହାତୀ ଜଣେ ଠିକା ବନ ବିଭାଗ କର୍ମଚାରୀ(ପାରା ଗାର୍ଡ)ଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିବାରୁ ତାଙ୍କର ପରଲୋକ ହୋଇଯାଇଛି । ମୃତ ପାରାସ୍କ୍ୱାର୍ଡ କର୍ମଚାରୀ ଜଣଙ୍କ ଏହି ଥାନା ଘୁଷୁରାମୁଣ୍ଡା ଗ୍ରାମର ଓଙ୍କାରୀ ବାଗ(୩୫) । ସେ ସେହି ଅଞ୍ଚଳରେ ଅନ୍ୟ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ସହିତ ହାତୀ ଘଉଡାଇବା ଦାୟିତ୍ୱରେ ଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିବା ଜଣାପଡିଛି । ହାତୀ ଆକ୍ରମଣ କରିଥିବା ଜାଣିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବନ ବିଭାଗ କର୍ମଚାରୀ ପାଟଣାଗଡ ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଓଙ୍କାରୀ ବିବାହିତ ହୋଇଥିବା ବେଳେ ଘରେ ତାଙ୍କର ସ୍ତ୍ରୀ ଓ ଦୁଇ ପୁଅ ଅଛନ୍ତି । ହାତୀପଲ ପ୍ରଥମେ ୧୩, ପରେ ୯,୪୪ ଓ ଏବେ ୩୫ ଟିକିଆ ଦଳରେ ଆସି ଦୀର୍ଘ ଦିନରୁ ଏହି ରେଞ୍ଜ ଅଞ୍ଚଳରେ ରହିଯାଇଥିବା ବେଳେ ପୂର୍ବରୁ ଏହି ରେଞ୍ଜ ଅଞ୍ଚଳରେ ବହୁ ଧାନ, ଫସଲ ନଷ୍ଟ ସହ ଘରଦ୍ୱାର ଭାଙ୍ଗିସାରିଛନ୍ତି । ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦାୟୀତ୍ୱହୀନତା ଯୋଗୁଁ ଶେଷରେ ଅକାଳରେ ଜଣେ ଅସ୍ଥାୟୀ ବନ କର୍ମଚାରୀଙ୍କ ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଘୁଷୁରାମୁଣ୍ଡା ଗ୍ରାମବାସୀ ଦୃଢ଼ ଦାବୀ କରିଛନ୍ତି । ରେଞ୍ଜର ଶିବ ପ୍ରସାଦ ନାୟକ ହାତୀ ଆକ୍ରମଣରେ ଓଙ୍କାରୀଙ୍କ ମୃତ୍ୟୁ ଘଟିଥିବା ସ୍ୱୀକାର କରିଥିବା ବେଳେ ଆଜି ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପ୍ରକାଶ କରିଛନ୍ତି । ବଲାଙ୍ଗିର ଏସିଏଫ ମାନସ ବେହେରା ମୃତକଙ୍କ ପରିବାରକୁ ସରକାରୀ ସହାୟତା ବାବଦକୁ ୬ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରକାଶ କରିଛନ୍ତି । ମୁରିବାହାଲ ବନ ବିଭାଗ କର୍ମଚାରୀଙ୍କ ଏତଲା ଆଧାରରେ ପାଟଣାଗଡ ଥାନାରେ କେଶ ନ ୦୭/୨୫ରୁଜ୍ଜୁ ହୋଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଆଇଆଇସି ହରିବନ୍ଧୁ ଗଡତ୍ୟା ପ୍ରକାଶ କରିଛନ୍ତି । ଘଟଣା ପରେ ଗାଁ ସ୍ତବ୍ଧ ହୋଇଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ବୁଧବାର ମୃତଦେହ ଗାଁକୁ ପହଞ୍ଚିଲେ ଅଧିକ କ୍ଷତିପୂରଣ ଦାବୀ ନେଇ ପ୍ରତିବାଦ କରାଯିବ ବୋଲି ମୃତକଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି । ମୃତ ଓଙ୍କାରୀ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାରୁ ତାଙ୍କ ଆକସ୍ମିକ ମୃତ୍ୟୁରେ ପରିବାର ସମ୍ପୂର୍ଣ୍ଣ ଅସହାୟ ହୋଇପଡ଼ିଥିବାରୁ ପରିବାରକୁ ଅଧିକ କ୍ଷତିପୂରଣ କରିବାକୁ ଘୁଷୁରାମୁଣ୍ଡା ଗ୍ରାମବାସୀ ଦାବୀ କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande