ଶ୍ରୀମତୀ ସୁଂକୁମ ମିଶ୍ରଙ୍କ ବିୟୋଗରେ ଆରଏସ୍ଏସ୍‌ର ଶୋକ
ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଉତ୍କଳର ପୂର୍ବତନ ପ୍ରାନ୍ତ ସଂଘଚାଳକ ଶ୍ରୀଯୁକ୍ତ ବିପିନ ବିହାରୀ ନନ୍ଦଙ୍କର ଧର୍ମପନ୍ଥୀ ଶ୍ରୀମତୀ ପୁଂକୁମ ମିଶ୍ରଙ୍କର ଫେବୃୟାରୀ ୨୫ ତାରିଖ ରାତି ୯.୩୫ରେ ହୃଦ୍‌ଘାତରେ ଦେହାନ୍ତ ହୋଇ ଯାଇଛି । ଶ୍ରୀମତୀ ମିଶ୍ର ଜଣେ ଅତ୍ୟନ୍ତ ଧର୍ମପ୍ରାଣ
ଶ୍ରୀମତୀ ସୁଂକୁମ ମିଶ୍ରଙ୍କ ବିୟୋଗରେ ଆରଏସ୍ଏସ୍‌ର ଶୋକ


ଭୁବନେଶ୍ୱର, 26 ଫେବ୍ରୁଆରି (ହି.ସ.)ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଉତ୍କଳର ପୂର୍ବତନ ପ୍ରାନ୍ତ ସଂଘଚାଳକ ଶ୍ରୀଯୁକ୍ତ ବିପିନ ବିହାରୀ ନନ୍ଦଙ୍କର ଧର୍ମପନ୍ଥୀ ଶ୍ରୀମତୀ ପୁଂକୁମ ମିଶ୍ରଙ୍କର ଫେବୃୟାରୀ ୨୫ ତାରିଖ ରାତି ୯.୩୫ରେ ହୃଦ୍‌ଘାତରେ ଦେହାନ୍ତ ହୋଇ ଯାଇଛି । ଶ୍ରୀମତୀ ମିଶ୍ର ଜଣେ ଅତ୍ୟନ୍ତ ଧର୍ମପ୍ରାଣ ଏବଂ ରାଷ୍ଟ୍ରଭକ୍ତ ମହିଳା ଥିଲେ । ସେ ପୂର୍ବରୁ ମଧ୍ୟ ଦୁଇ ଥର ହୃଦ୍‌ଘାତରେ ପୀଡିତ ହୋଇଥିଲେ । ତାଙ୍କର ସ୍ଵାମୀ ଶ୍ରୀଯୁକ୍ତ ନନ୍ଦ ବହୁ ବର୍ଷଧରି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ,ଉତ୍କଳ ପ୍ରାନ୍ତ ଏବଂ ଓଡିଶା ପଶ୍ଚିମ ପ୍ରାନ୍ତର ସଂଘଚାଳକ ଦାୟିତ୍ବରେ ଥିଲେ । ସେ ବର୍ତ୍ତମାନ ଓଡିଶା ପଶ୍ଚିମ ପ୍ରାନ୍ତର କାର୍ଯ୍ୟକାରୀ ସମିତିର ସଦସ୍ୟ ଭାବେ ସଂଘ କାର୍ଯ୍ୟ କରୁଛନ୍ତି । ସ୍ଵର୍ଗତ ଶ୍ରୀମତୀ ମିଶ୍ରଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ତାଙ୍କର ବିୟୋଗରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଦୁଃଖର ଛାୟା ଖେଳି ଯାଇଛି । ସଂଘର ଓଡିଶା ପୂର୍ବପ୍ରାନ୍ତର ସଂଘଚାଳକ ଶ୍ରୀଯୁକ୍ତ ସମୀର କୁମାର ମହାନ୍ତି ଶ୍ରୀମତୀ ମିଶ୍ରଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହିତ ତାଙ୍କର ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande