ସମ୍ବଲପୁରରେ ଦୁର୍ଗାପାଲି ରେଳବାଇ ଓଭରବ୍ରିଜର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ୱର, 25 ମେ (ହି.ସ.) ୬୦ କୋଟି ୪୩ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବ୍ରିଜ୍ ଦ୍ୱାରା ଲୋକଙ୍କ ଯାତାୟତ ସୁଗମ ହେବ - ଧର୍ମେନ୍ଦ୍ର ପ୍ରଧାନ ଡବଲ ଇଞ୍ଜିନ ସରକାରରେ ସମ୍ବଲପୁରକୁ ଶ୍ରୀମନ୍ତ ସହରରେ ବିକଶିତ କରାଯିବ - ସମ୍ବଲପୁର ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍
ସମ୍ବଲପୁରରେ ଦୁର୍ଗାପାଲି     ରେଳବାଇ ଓଭରବ୍ରିଜର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ


ଭୁବନେଶ୍ୱର, 25 ମେ (ହି.ସ.)

୬୦ କୋଟି ୪୩ ଲକ୍ଷ ଟଙ୍କା

ବ୍ୟୟରେ ନିର୍ମିତ ବ୍ରିଜ୍ ଦ୍ୱାରା ଲୋକଙ୍କ ଯାତାୟତ ସୁଗମ ହେବ - ଧର୍ମେନ୍ଦ୍ର ପ୍ରଧାନ

ଡବଲ ଇଞ୍ଜିନ ସରକାରରେ

ସମ୍ବଲପୁରକୁ ଶ୍ରୀମନ୍ତ ସହରରେ ବିକଶିତ କରାଯିବ

- ସମ୍ବଲପୁର

ଗସ୍ତରେ ଥିବା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ୬୦ କୋଟି ୪୩ ଲକ୍ଷ ୭୮

ହଜାରରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ନିର୍ମିତ ଦୁର୍ଗାପାଲି ରେଳବାଇ ଓଭରବ୍ରିଜର ଉଦଘାଟନ

କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ

ପ୍ରଧାନ କହିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଏହି ଓଭରବ୍ରିଜ୍ ସମ୍ବଲପୁର

ସହରକୁ ଅଧିକ ସୁନ୍ଦର ଓ ଆଧୁନିକ କରିବା ପାଇଁ ଏହା ଏକ ଭଲ ପଦକ୍ଷେପ । ଏହି ଦ୍ୱାରା ସ୍ଥାନୀୟ

ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ହ୍ରାସ ହେବା ସହ ଜନସାଧାରଣଙ୍କ ଯାତାୟତ ସୁରକ୍ଷିତ ଓ ସୁଗମ ହେବ

। ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାରରେ ସମ୍ବଲପୁର ସହରକୁ ଏକ ଶ୍ରୀମନ୍ତ ସହରରେ ବିକଶିତ କରାଯିବ

। ରାସ୍ତାଘାଟ, ପିଇବା

ପାଣି,

ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥାରେ ଉନ୍ନତି ଅଣାଯିବ । ଯୋଗାଯୋଗ ଏବଂ

ଆନୁଷଙ୍ଗିକ ଭିତ୍ତିଭୂମିକୁ ସୁଦୃଢ କରାଯିବ । ସମ୍ବଲପୁରରେ ରିଙ୍ଗ୍ ରୋଡ୍ କରାଯିବ । ସହର

ମଧ୍ୟରେ ଥିବା ଆଭ୍ୟନ୍ତରୀଣ ରାସ୍ତା ତିଆରି କରାଯିବ ।

ମହାନଦୀ ଉପରେ ବ୍ରିଜ୍ ନିର୍ମାଣ ହେବ, ଯାଗା ବୁର୍ଲା ଓ ହୀରାକୁଦକୁ ସଂଯୋଗ କରିବ । ସମ୍ବଲପୁର ସହରକୁ ଏକ ବୃହତ ମହାନିଗମ ନିଗମରେ ପରିଣତ

କରିବା ପାଇଁ ଆମ ସରକାର ଅଙ୍ଗିକାରବଦ୍ଧ ।

ଏହି ଅବସରରେ ଶ୍ରୀ ପ୍ରଧାନ

ସମ୍ବଲପୁରରେ ଦେବଦମ୍ପତ୍ତି ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଅନନ୍ୟ ପର୍ବ ଶୀତଳ ଷଷ୍ଠୀ

ପର୍ବରେ ସାମିଲ ହେବା ପାଇଁ ରାଜ୍ୟ ଏବଂ ଦେଶବାସୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande