Bhubaneswar, 8 ଜୁନ୍ (ହି.ସ.)
ଜୟପୁର ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ନୂତନ ରାଜ୍ୟ ଘୋଷଣା କରିବା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠ୍ତ ହୋଇଯାଇଛି। ଆଇନଜୀବୀ ମଦନମୋହନ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ କ୍ରିୟାଅନୁଷ୍ଠାନ କମିଟିର ନବରଙ୍ଗପୁର କ୍ରିଲଳିତ ମୋହନ ନାୟକ ଯୋଗ ଦେଇ ଅବିଭକ୍ତ କୋରାପୁଟ ଜିଲ୍ଲାକୁ କେନ୍ଦ୍ର ଅବହେଳା କରି ରଖିଛି। ଏହି ମାଟିରେ ସ୍ବାଧିନତା ସ˚ଗ୍ରାମୀ ମାନେ ଜନ୍ମ ନେଇଥିବା ବେଳେ ସେମାନଙ୍କ ସମ୍ମାନାର୍ଥେ ଏହି ଅଞ୍ଚଳକୁ ନୂତନ ରାଜ୍ୟ ଘୋଷଣା କରିବାର ନିହାତି ଆବଶ୍ୟକ ରହିଛି। ଆଗାମୀ ଦିନରେ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଉପସ୍ଥାପନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରବୀର ପାତ୍ର, ଗଗନ ମୋହନ ଖରା, ଇଶ୍ବର ମହନ୍ତ, ରାଜେନ୍ଦ୍ର କୁମାର ଗୌଡ, ଉପେନ୍ଦ୍ର ନାରାୟଣ ବାଘ, ଲକ୍ଷ୍ମଣ ଗଣ୍ତ, ଜାକବ ଗଣ୍ତ, କୃଷ୍ଣ କୁଲଦୀପ, ଦୁର୍ଯ୍ୟଧନ ନାୟକ, ସୁଧୀର ପାତ୍ର, ରଜତ ବିଶ୍ବାସୀ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି