ନନ୍ଦପଡ଼ା ବାଲୁଙ୍କେଶ୍ୱରଙ୍କ ନୃସିଂହ ନିଉତା
ସମ୍ବଲପୁର, ୨୯ ମଇ (ହି.ସ.) ସମ୍ବଲପୁର ନନ୍ଦପଡାର ଶ୍ରୀ ଶ୍ରୀ ବଂ ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ନୃସିଂହ ନିଉତା ବୁଧବାର ରାତିରେ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ କାରିଗର କୁନୁ ନାଏକ ଓ ତାଙ୍କ ୨ପୁଅ ବିଶ୍ୱଜିତ୍ ଏବଂ ସତ୍ୟଜିତ୍ ସ୍ୱତନ୍ତ୍ର ଭାବେ ତିରୁପତି ବାଲାଜୀ ମନ୍ଦିରର ଆକର୍ଷଣୀୟ ପରଭା ନିର୍ମାଣ
ନନ୍ଦପଡ଼ା ବାଲୁଙ୍କେଶ୍ୱରଙ୍କ ନୃସିଂହ ନିଉତା


ସମ୍ବଲପୁର, ୨୯ ମଇ (ହି.ସ.) ସମ୍ବଲପୁର ନନ୍ଦପଡାର ଶ୍ରୀ ଶ୍ରୀ ବଂ ବଂ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ନୃସିଂହ ନିଉତା ବୁଧବାର ରାତିରେ ସମ୍ପନ୍ନ ହୋଇଯାଇଛି । ସ୍ଥାନୀୟ କାରିଗର କୁନୁ ନାଏକ ଓ ତାଙ୍କ ୨ପୁଅ ବିଶ୍ୱଜିତ୍ ଏବଂ ସତ୍ୟଜିତ୍ ସ୍ୱତନ୍ତ୍ର ଭାବେ ତିରୁପତି ବାଲାଜୀ ମନ୍ଦିରର ଆକର୍ଷଣୀୟ ପରଭା ନିର୍ମାଣ କରିଥିଲେ। ଏହି ସ୍ୱତନ୍ତ୍ର ପରଭା ସହ ରଥାରୁଢ ହୋଇ ନୃସିଂହ ମହାପ୍ରଭୁ ବାଲୁଙ୍କେଶ୍ୱର ମନ୍ଦିର ସ୍ଥିତ ପଂଚବତ୍ର ଏବଂ ହନୁମାନଙ୍କୁ ନିମନ୍ତ୍ରଣ କରିଥିଲେ । ଏଥିସହ ବଡସଡକ ଓ ସାନସଡକ ଅଂଚଳରେ ଥିବା ନନ୍ଦପଡା ଯଜ୍ଞବରାହ, ବ୍ରହ୍ମପୁରା ଜଗନ୍ନାଥ, ଶ୍ରୀ ଶ୍ରୀ ଲୋକନାଥ ବାବା, ଦକ୍ଷିଣେଶ୍ୱର ହନୁମାନ, ଭୈରବୀ, କୋଶେଳେଶ୍ୱର ମନ୍ଦିର, ମାରୱାଡିପଡା ରାମ, ମହାଦେବ, ହାଟପଡା ସତ୍ୟବାଦୀ, ଦଲେଇପଡା ମଦନମୋହନ, ଭାଗବତ ମନ୍ଦିର, ଲିଆଖାଇ, ବାଟମଙ୍ଗଳା, ଗୁପ୍ତେଶ୍ୱର, ମ୍ୟୁନିସିପାଲିଟି ଛକ ହନୁମାନ ଓ କାନ୍ଥ ଦୁର୍ଗା, କଂସାରୀପଡା ରାଧାକୃଷ୍ଣ, ମହାନ୍ତିପଡା ଦଧିବାମନ ମନ୍ଦିରରେ ପହଂଚି ବାବା ବାଲୁଙ୍କେଶ୍ୱର ଓ ମାତା ପାର୍ବତୀଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ଦେବ ନିମନ୍ତ୍ରଣ(ଗୁଆଗୁଁଡା) ଦେଇଥିଲେ । ଦେବାଦେବୀଙ୍କୁ ନୃସିଂହ ମହାପ୍ରଭୁ ଗୁଆ, ହଳଦୀ, ନୂଆବସ୍ତ୍ର ଏବଂ ମିଠେଇ ଅର୍ପଣ କରି ନିମନ୍ତ୍ରଣ କରିଥିଲେ । ପଣ୍ଡିତ ଶଶାଙ୍କ ଶେଖର ମିଶ୍ର ମନ୍ତ୍ରପାଠ କରିଥିଲେ। ଯାତ୍ରା କମିଟି କର୍ମକର୍ତା ପୂଜାର୍ଚ୍ଚନା ଓ ମହାଆଳତି କରିଥିଲେ । ଅନ୍ୟପକ୍ଷେ ଗୁରୁବାର ସକାଳେ ଇଷ୍ଟଦେବୀ ସମଲେଶ୍ୱରୀ, ପାଟଣେଶ୍ୱରୀ, ବାଲିବନ୍ଧା ସୋମନାଥ ବାବା, ଗୋପାଳଜୀ ମଠ, ଦୁର୍ଗାପାଲି ଗୁଡେଶ୍ୱର ମହାଦେବଙ୍କ ସମେତ ସହରର ସମସ୍ତ ଦେବଦେବୀଙ୍କୁ ଶୀତଳଷଷ୍ଠୀ ଯାତ୍ରା କମିଟି କର୍ମକର୍ତା ଦେବ ନିମନ୍ତ୍ରଣ କରିବାର କାର୍ଯ୍ୟସୂଚୀ ରହିଛି । ତେବେ ଅରୁଣକାନ୍ତି ମିଶ୍ର, ଅଭିନାଶ ମିଶ୍ର, ସନତ ନନ୍ଦ, ବାଲଗୋପାଳ ନନ୍ଦ ଓ ଅଭିଷେକ ମହାପାତ୍ର ନୃସିଂହ ମହାପ୍ରଭୁଙ୍କ ଶୃଙ୍ଗାର କରିଥିଲେ ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ଭାନୁ

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande