ଜୟହିନ୍ଦ ସଭାରେ ଦେଶର ସୈନ୍ୟ ବାହିନୀଙ୍କର ପରାକ୍ରମକୁ ସମ୍ମାନ ଜଣାଇଲା କଂଗ୍ରେସ
ଭୁବନେଶ୍ୱର, ୨୯ ମଇ(ହି.ସ.) - ଗତ ଏପ୍ରେଲ ୨୨ ତାରିଖ ପହଲଗାମ ଅଞ୍ଚଳରେ ପାକିସ୍ଥାନ ଦ୍ୱାରା ପ୍ରେରିତ ଆତଙ୍କବାଦୀଙ୍କ ବନ୍ଧୁଙ୍କ ମୁନରେ ଅକାଳ ଓ ଅକାରଣରେ ୨୭ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । କେନ୍ଦ୍ର ସରକାର ଅପରେସନ ସିନ୍ଦୁର ଘୋଷଣା କରି ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଆକ୍ରମଣ କରିଥିଲେ । ଏହି ଆକ୍
ଜୟହିନ୍ଦ ସଭାରେ ଦେଶର ସୈନ୍ୟ ବାହିନୀଙ୍କର ପରାକ୍ରମକୁ ସମ୍ମାନ ଜଣାଇଲା କଂଗ୍ରେସ


ଭୁବନେଶ୍ୱର, ୨୯ ମଇ(ହି.ସ.) - ଗତ ଏପ୍ରେଲ ୨୨ ତାରିଖ ପହଲଗାମ ଅଞ୍ଚଳରେ ପାକିସ୍ଥାନ ଦ୍ୱାରା ପ୍ରେରିତ ଆତଙ୍କବାଦୀଙ୍କ ବନ୍ଧୁଙ୍କ ମୁନରେ ଅକାଳ ଓ ଅକାରଣରେ ୨୭ ଜଣ ପର୍ଯ୍ୟଟକଙ୍କ ଜୀବନ ଯାଇଥିଲା । କେନ୍ଦ୍ର ସରକାର ଅପରେସନ ସିନ୍ଦୁର ଘୋଷଣା କରି ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣ ପ୍ରତିଆକ୍ରମଣ ଭିତରେ ଭାରତ ବର୍ଷର ତିନି ସୈନ୍ୟବାହିନୀର ଯବାନ, ଅଧିକାରୀ ମାନେ ଅଦମ୍ୟ ସୌର୍ଯ୍ୟ,ବିର୍ଯ୍ୟ ଓ ପରାକ୍ରମ ପ୍ରଦର୍ଶନ କରିଥିଲେ । ଆଜି ସୈନ୍ୟବାହିନୀଙ୍କର ଏହି ସୌର୍ଯ୍ୟ,ବିର୍ଯ୍ୟ ଓ ପରାକ୍ରମର ସମ୍ମାନରେ ଜୟହିନ୍ଦ ସଭା ମାଧ୍ୟମରେ ସାରା ଦେଶରେ ସ୍ମୃତି ଚାରଣ କରାଯାଇଛି । ଏହି ଅବସରରେ ରାଜ୍ୟ କଂଗ୍ରେସ ପକ୍ଷରୁ କଂଗ୍ରେସ ଭବନ ସମ୍ମୁଖରେ ଏକ ବିଶାଳ ଜୟହିନ୍ଦ ସଭା ଆୟୋଜ କରାଯାଇଥିଲା ।

ଉକ୍ତ ସଭାରେ ପିସିସି ସଭାପତି ଭକ୍ତ ଚରଣ ଦାସ, ବରିଷ୍ଠ ଲୋକସଭାର ସାଂସଦ ଦିପେନ୍ଦର ସିଂ ହୁଡ୍ଡା, ଓଡ଼ିଶା ପ୍ରଭାରୀ ଅଜୟ ଲଲ୍ଲୁ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଶରତ ପଟ୍ଟନାୟକ, ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆ, ପୂର୍ବତନ ମନ୍ତ୍ରୀ ଶରତ ରାଉତ, ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ଅମର ପ୍ରଧାନ, ନଗେନ୍ଦ୍ର ପଧାନ, ସୁରେଶ କୁମାର ରାଉତରାୟ, ରଞ୍ଜିବ ବିଶ୍ୱାଳ, ଅନନ୍ତ ପ୍ରସାଦ ସେଠୀ, ସନ୍ତୋଷ ସିଂ ସାଲୁଜା, ବିଧାୟକ ତାରାପ୍ରସାଦ ବାହିନୀପତି, ରମେଶ ଜେନା ଓ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଓଡ଼ିଶାର ୨୦ଜଣ ଅବସରପ୍ରାପ୍ତ ତିନି ସେନାର ପ୍ରମୁଖ ବୀର ଜବାନଙ୍କୁ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନୀତ କରିଥିଲେ । ପୂର୍ବତନ ସୈନିକ ତଥା କଂଗ୍ରେସ ବିଧାୟକ ଦଳ ଉପନେତା ସି ଏସ ରାଜନ ଏକ୍କାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଶ୍ରୀ ଦିପେନ୍ଦର ସିଂ ହୁଡ୍ଡା ଏହି ସଭାରେ ବକ୍ତବ୍ୟ ରଖି କହିଥିଲେ ଯେ ଦେଶର ସୈନ୍ୟବାହୀଙ୍କର ତ୍ୟାଗ ଓ ବଳିଦାନକୁ ଏ ଦେଶ କେବେହେଲେ ବ୍ୟର୍ଥ ଦେବ ନାହିଁ । ଦେଶର ସୈନ୍ୟବାହିନୀଙ୍କର ସୌର୍ଯ୍ୟ, ବିର୍ଯ୍ୟ ପରାକ୍ରମ ଓ ବଳିଦାନକୁ ନେଇ ନରେନ୍ଦ୍ର ମୋଦୀ, ବିଜେପି ଦଳ ରାଜନୀତି କରୁଛି । ସୈନ୍ୟବାହିନୀରେ କାର୍ଯ୍ୟରତ ସେନାଧିକାରକୁ ସମ୍ମାନ ଜଣାଇବା ପରିବର୍ତ୍ତେ ତାଙ୍କର ଧର୍ମକୁ ନେଇ ତାଙ୍କୁ ସାରା ଦେଶରେ ନିନ୍ଦିତ କରାଯାଉଛି । ଏପରିକି ତାଙ୍କୁ ଆତଙ୍କବାଦୀଙ୍କର ଭଉଣୀ ବୋଲି ଆଖ୍ୟା ଦିଆଯାଉଛି । ଏହା ଅତ୍ୟନ୍ତ ପୀଡ଼ାଦାୟକ । ଭାରତବର୍ଷକୁ ଆଜି ଧର୍ମନାମରେ ଭାଗକରୁଥିବା ବିଜେପି ଦଳ ପହଲଗାମରେ ମୃତ୍ୟୁବରଣ କରିଥିବା ଯାତ୍ରୀମାନଙ୍କୁ ଓ ତାଙ୍କର ପରିବାରକୁ ସମ୍ମାନଜଣାଇବା ପରିବର୍ତ୍ତେ ଏଥିରୁ ରାଜନୈତିକ ଫାଇଦା ହାସଲ କରିବାରେ ଲାଗିଛନ୍ତି । ଆମଦେଶର ସେନାବାହିନୀର ଅଧିକାରୀ ଓ ଜବାନମାନଙ୍କୁ ସମ୍ମାନ ଜଣାଇବା ପରିବର୍ତ୍ତେ ଖୋଦ ପ୍ରଧାନମନ୍ତ୍ରୀ ନିଜର ଆତ୍ମପ୍ରଚାରରେ ଲାଗିଛନ୍ତି । ବିଜେପି ଦଳର ସାଂସଦ ଖୋଲମଖୋଲା କହୁଛନ୍ତି ଦେଶର ସୈନ୍ୟବାହିନୀ ପ୍ରଧାନମନ୍ତ୍ରୀଙ୍କ ପାଦତଳେ । କଂଗ୍ରେସ ଦଳ ଏହାକୁ କେବେହେଲେ ସହ୍ୟ କରିବନାହିଁ । ଏହା ଆମ ଦେଶର କେଉଁଭଳି ବୈଦେଶିକ ନୀତି ଚାଲିଛି ତାହା ଏଥିରୁ ସ୍ପଷ୍ଟ । କଂଗ୍ରେସ ଦଳ ସଂସଦରେ ଏକ ଜରୁରୀକାଳିନ ଅଧିବେଶନ ଡାକିବାପାଇଁ ସରକାରଙ୍କୁ ବାରମ୍ବାର ଦାବି କରୁଛି କିନ୍ତୁ ମୋଦି ସରକାର ଏଥିରେ କର୍ଣ୍ଣପାତ କରୁନାହାନ୍ତି । ୧୯୯୪ ମସିହାରେ ପିଭି ନରସିଂହ ରାଓଙ୍କ ସରକାର ସମୟରେ ପିଓକେକୁ ଫେରାଇ ଆଣିବାପାଇଁ ସଂସଦରେ ନିଷ୍ପତ୍ତି ହୋଇଥିଲା । ଏହି ନିଷ୍ପତ୍ତିକୁ ପୂର୍ନବାର ଦୋହରାଇବା ପାଇଁ ଆମେ ସଂସଦର ଅଧିବେଶନ ଚାହୁଁଛୁ ।

ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଭାରତୀୟ ସୈନ୍ୟବାହିନୀର ପରାକ୍ରମ ଓ ବଳିଦାନର ଭୂୟସୀ ପ୍ରଶଂସା କରି କହିଥିଲେ ୧୯୬୨ ମସିହା ଓ ୧୯୬୫ ମସିହାର ଯୁଦ୍ଧ ଆଜିବି ମୋର ମନେ ଅଛି । ୧୯୭୧ ମସିହାରେ ଆମ ସେନାବାହିନୀ ୯୧ ହଜାରରୁ ଅଧିକ ପାକିସ୍ଥାନୀ ସୈନ୍ୟଙ୍କୁ ଗୃହବନ୍ଧୀ କରି ରଖିଥିଲା । କିନ୍ତୁ ଦୁଃଖର କଥା ଭାରତବର୍ଷର ପ୍ରଧାନମନ୍ତ୍ରୀ ଏଭଳି ଏକ ପ୍ରଚାରଜୀବି ମଣିଷ ନିଜ ପଦ ମର୍ଯ୍ୟାଦାକୁ ସମ୍ମାନ ନଜଣାଇ ସୈନ୍ୟବାହିନୀର ସଫଳତା ଓ ପରାକ୍ରମକୁ ନିଜର ପରାକ୍ରମ କହି ପ୍ରଚାର କରି ବୁଲୁଛନ୍ତି । ଯୁଦ୍ଧ ବିଜେପି ଦଳ ପାଇଁ ରାଜନୈତିକ ପ୍ରଚାର ଓ ପ୍ରସାରର ଏକ ଅସ୍ତ୍ର ପାଲଟିଛି । ଆମ ଓଡ଼ିଶାର ଯେଉଁ ମହିଳାଙ୍କର ସିନ୍ଦୁର ଲିଭିଲା ତାଙ୍କ ସିନ୍ଦୁରକୁ ନେଇ ବିଜେପି ଦଳ ଖୁବ ରାଜନୀତି କରୁଛି । ଖୋଦ ପ୍ରଧାନମନ୍ତ୍ରୀ ନିଜକୁ ସୈନ୍ୟବାହିନୀର ସୈନିକ ହିସାବରେ ସଜାଇ ସାରା ଦେଶରେ ଦେଶ ପଇସାରେ ପୋଷ୍ଟର ମାରୁଛନ୍ତି । ଖାଲି ସେତିକି ନୁହେଁ ତାଙ୍କ ରକ୍ତରେ ଗରମ ସିନ୍ଦୁର ଦୌଉଡୁଛି ବୋଲି କହୁଛନ୍ତି । ଏଭଳି ପ୍ରଗଳ୍ଭ ଆତ୍ମପ୍ରଚାର ପ୍ରଧାନମନ୍ତ୍ରୀ ଏ ଦେଶର ବ୍ୟବସ୍ଥା ପ୍ରତି ବଡ଼ ବିପଦ ହୋଇ ଆଜି ଛିଡ଼ାହୋଇଛନ୍ତି । କର୍ତ୍ତବ୍ୟରତ ସେନାଧିକାରୀ ମାନଙ୍କୁ ବିଜେପି ଦଳର ସାଂସଦ ଓ ବିଧାୟକମାନେ ଯେଉଁଭଳି ଭାଷା ଓ ଆଚରଣ ଓ ଉଚାରଣ ପ୍ରଦର୍ଶନ କରୁଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ ଓ ଏହା ଆମ ସେନାବାହିନୀକୁ ଦୁର୍ବଳ କରୁଛି ବୋଲି ସେ କଠୋର ଭାଷାରେ ସମାଲୋଚନ କରିଥିଲେ । ଏ ଦେଶରେ ସାର୍ବଭୌମତ ଏକ ଅଖଣ୍ଡତା ଏ ଦେଶର ସୈନ୍ୟବାହିନୀଙ୍କ ହାତରେ । ଓଡ଼ିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତବର୍ଷର ସୈନ୍ୟବାହିନୀର ସଫଳତାକୁ ଆଜି ବିଜେପି ନିଜର ସଫଳତା ବୋଲି କହିବାରେ ଲାଗିଛି । ଭାରତୀୟ ସେନା, ଭାରତବର୍ଷର ଗୌରବ ଏବଂ ସେମାନଙ୍କର ପରାକ୍ରମ ଯୋଗୁଁ ଆଜି ଶତୃମାନେ ଧୂଳିସାତ ହେଉଛନ୍ତି । ସେମାନଙ୍କର ତ୍ୟାଗ, ବଳିଦାନ ପାଖରେ ଏ ଦେଶ ନତମସ୍ତକ । ସେମାନଙ୍କର ପରାକ୍ରମ ଏବଂ ଦେଶପ୍ରୀତି ଯୋଗୁଁ ଯେତେବେଳେ ଯେତେବେଳେ ଦେଶ ଉପରେ କୌଣସି ପ୍ରକାର ଶତୃରାଷ୍ଟ୍ର ଆଖିପକାଇଛି ଆମର ସୈନ୍ୟବାହିନୀ ଦୃଢ଼ ଜବାବ ଦେଇଛି । ପହଳଗାମରେ ଯେଉଁ ନିରୀହ ପର୍ଯ୍ୟଟକମାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରି ମାରିଛନ୍ତି ତାହାକୁ ମୁଁ ନିନ୍ଦା କରୁଛି । କଂଗ୍ରେସ ଦଳର ନେତା ତଥା ବିରୋଧି ଦଳର ନେତା ରାହୁଲ ଗାନ୍ଧୀ ସେ ସମୟରେ ବିଦେଶ ଯାତ୍ରାରେ ଥିଲେ। ବିଦେଶରୁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲକରି ତତ୍ କ୍ଷଣାତ ଫେରିଆସି ଜମ୍ମୁକାଶ୍ମିରକୁ ଗ୍ରସ୍ତ କରିଥିଲେ। କିନ୍ତୁ ପ୍ରଧାନମନ୍ତ୍ରୀ ତାର ପରଦିନ ବିହାରରେ ନିର୍ବାଚନୀ ବିଗୁଲ ଫୁଙ୍କୁଥିଲେ । କାହିଁକି ଓ କେଉଁ ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ପ୍ରଥମେ ଯୁଦ୍ଧ ବିରତିର ଘୋଷଣା କଲାପରେ ଆମେ ଘୋଷଣା କରୁଛୁ । ଏହାର ଉତର ଖୋଦ ପ୍ରଧାନମନ୍ତ୍ରୀ ଦେବା ଉଚିତ । ପ୍ରଧାନମନ୍ତ୍ରୀ ବୁଲି ବୁଲି ଭାଷଣ ଦେଉଥିଲା ବେଳେ ରାହୁଲ ଗାନ୍ଧୀ ବିଭିନ୍ନ ରାଜ୍ୟକୁ ମୃତକଙ୍କୁ ପରିବାରକୁ ଭେଟି ସମବେଦନା ଜଣାଇଥିଲା । ଏହି ଜୟହିନ୍ଦ ସଭାକୁ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଡ. ଦେବାଶିଷ ପଟ୍ଟନାୟକଙ୍କ ପରିଚାଳନା କରିଥିବା ବେଳେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande