ଭୁବନେଶ୍ୱର, ୩୦ ମଇ (ହି.ସ.) - ଆସନ୍ତା ୫ ତାରିଖରେ ଶିଳ୍ପ ବିଭାଗର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ। ଗୋପାଳପୁରର ଛତ୍ରପୁର ଠାରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜନ ହେବ । ପାଖାପାଖି ୩୦ ହଜାର କୋଟି ଟଙ୍କାର ଶିଳାନ୍ୟାସ କାର୍ଯ୍ୟକ୍ରମ ହେବ । ଏଥିରୁ ୨୫ ହଜାର ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ।
ସେ ଆହୁରି କହିଛନ୍ତି ଯେ ଓଡିଶାରେ ଶିଳ୍ପର ବିକାଶ ପାଇଁ ବିଜେପି ସରକାରର ପ୍ରତିବଦ୍ଧତା ରହିଛି । ନିରନ୍ତର ଭାବେ ଶିଳ୍ପ ବିଭାଗ ଏ ଦିଗରେ କାର୍ଯ୍ୟ କରୁଛି । ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କର ସ୍ୱତନ୍ତ୍ର ନଜର ରହୁଛି । ପାରାଦୀପରେ ପେଟ୍ରୋ କେମିକାଲ କମ୍ପେ୍ଲକ୍ସ କରିବା ପାଇଁ ଆଇଓସିଏଲ ସହିତ ଚୁକ୍ତି ହୋଇଛି । ସେଦିନ ପେଟ୍ରୋ ନେଟ ଏଲଏନଜି ସହିତ ଚୁକ୍ତି ହୋଇଛି । ଏମଓୟୁ କରିବାର ମାସକ ମଧ୍ୟରେ ସଂସ୍ଥାକୁ ଜମି ଯୋଗାଇ ଦିଆଯାଇଛି । ଆସନ୍ତା ୫ ତାରିଖରେ ଏହାର ଶିଳାନ୍ୟାସ ହେବ। ବିଜେପି ସରକାର କେବଳ ଏମଓୟୁରେ ସୀମିତ ରହିବ ନାହିଁ । ଏମଓୟୁ ସହିତ ଗ୍ରାଉଣ୍ଡିଂ କରିବୁ । ଏହା ହେଉଛି ସରକାରଙ୍କ ସଫଳତା । ...
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା