ଅସହାୟଙ୍କୁ ସାହାଯ୍ୟ କଲେ ସମାଜସେବୀ
ପୁରୀ, ୩୦ ମଇ (ହି.ସ.) - ପୁରୀ ଗୋପ ବ୍ଲକ ରାମଚଣ୍ଡୀ ଥାନା ଅର୍ନ୍ତଗତ କୋଟଳ ଗ୍ରାମର ସୁମିତ୍ରା ମଙ୍ଗରାଜ ବୈଦିକ ରୀତିରେ ପୁରୀ ସଦରଥାନା ଅର୍ନ୍ତଗତ ବାଟଗାଁର ଅମୂଲ୍ୟ ମଙ୍ଗରାଜଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ତିନି ବର୍ଷର ପୁଅ ଅଛି । ଶଶୁର ଘରେ ସୁମିତ୍ରାଙ୍କୁ ଶାରୀରିକ, ମାନସିକ ନିର୍ଯ୍ୟାତ
ଅସହାୟଙ୍କୁ ସାହାଯ୍ଯ କଲେ ସମାଜସେବୀ


ପୁରୀ, ୩୦ ମଇ (ହି.ସ.) - ପୁରୀ ଗୋପ ବ୍ଲକ ରାମଚଣ୍ଡୀ ଥାନା ଅର୍ନ୍ତଗତ କୋଟଳ ଗ୍ରାମର ସୁମିତ୍ରା ମଙ୍ଗରାଜ ବୈଦିକ ରୀତିରେ ପୁରୀ ସଦରଥାନା ଅର୍ନ୍ତଗତ ବାଟଗାଁର ଅମୂଲ୍ୟ ମଙ୍ଗରାଜଙ୍କୁ ବିବାହ କରିଥିଲେ । ସେମାନଙ୍କର ଗୋଟିଏ ତିନି ବର୍ଷର ପୁଅ ଅଛି । ଶଶୁର ଘରେ ସୁମିତ୍ରାଙ୍କୁ ଶାରୀରିକ, ମାନସିକ ନିର୍ଯ୍ୟାତନା ଦେବାରୁ ସୁମିତ୍ରା ଶଶୁର ଘର ଛାଡି ବାପଘରେ ରହୁଥିଲେ । ବାପ ଘର ନିକଟ ରାମଚଣ୍ଡୀ ଥାନାରେ ଏତଲା ଦେବା ପରେ କାଉନସେଲିଂ ପାଇଁ ଅମୂଲ୍ୟଙ୍କୁ ଥାନାକୁ ଡାକିଥିଲେ ମଧ୍ୟ ସେ ଯାଇନଥିଲେ । ଫଳରେ ଏତଲା ରେଜିଷ୍ଟି ହୋଇନଥିଲା । ଏ ସମ୍ପର୍କରେ ଆନ୍ତର୍ଜାତିୟ ମାନବାଧିକାରର ପୁରୀ ମହିଳା ସଭାପତି ତଥା ସମାଜସେବୀ ଅରୁଣିମା ନନ୍ଦଙ୍କୁ ସୁମିତ୍ରା ଜଣାଇବା ପରେ ସେ ସୁମିତ୍ରାକୁ ଧରି ପୁରୀ ସଦରଥାନାରେ ଏତଲା ଦାଏର କରି ଏଫଆଇଆର କପି ପାଇଥିଲେ । ଏଫଆଇଆରରେ ବିଏନଏସ ଦଫା ୮୫,୧୨୬(୨),୧୧୫(୨),୩୫୧(୨),୩(୫) ଓ ଯୌତୁକ ନିରୋଧ ଆଇନ ୪ଦଫାରେ ପୋଲିସ ମାମଲା ରୁଜୁ କରିଛି । ତିନି ବର୍ଷର ଶିଶୁ ପୁତ୍ରକୁ ସୁମିତ୍ରାର ବାପ ଘର କୋଟଳ ଓ ଶାଶୁ ଘର ବାଟଗାଁ ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇବା ପାଇଁ ବିବାଦ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ସମାଜସେବୀଙ୍କ ଜରିଆରେ ସୁମିତ୍ରା ପୁରୀ ଶିଶୁ କଲ୍ୟାଣ କମିଟି ନିକଟରେ ଆବେଦନ କରିଛନ୍ତି । ସମାଜସେବୀଙ୍କ ଏତାଦୃଶ କାର୍ଯ୍ୟକୁ ବିଭିନ୍ନ ମହିଳା ସଂଗଠନ ପ୍ରଶଂସା କରିଛନ୍ତି ।

ହିନ୍ଦୁସ୍ଥାନ ସମାଚାର/ବିଜୟ/ଭାନୁ

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande