5 Jun 2025, 12:03 HRS IST

ମାଓ ମୁକ୍ତ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାରୁ ଲୁଟ ୪ ଟନ ବିସ୍ଫୋରକ ଏବେ ଝାଡଖଣ୍ଡ ରାଜ୍ୟ ଲାଗି ମୁଣ୍ଡବିନ୍ଧାର କାରଣ, କମ୍ବିଂ ଜାରି
ରାଉରକେଲା, ୩୧ ମଇ (ହି.ସ.)- ସୁନ୍ଦରଗଡ ଜିଲ୍ଲା ଯାହା ମାଓ ମୁକ୍ତ ଜିଲ୍ଲା ଭାବେ ୪ ବର୍ଷ ଆଗରୁ ସରକାର ଘୋଷଣା କରିସାରିଛନ୍ତି ସେହି ଜିଲ୍ଲାର ରାଉରକେଲା ପୁଲିସି ବ୍ୟବସ୍ଥା ଭିତରୁୁ ସକାଳ ସମୟରେ ୪ ଦିନ ଆଗରୁ ଲୁଟ ହୋଇଥିବା ୪ ଟନ ତଥା ୨୦୦ ପ୍ୟାକେଟ ବିସ୍ଫୋରକ ଏବେ ଝାଡଖଣ୍ଡ ରାଜ୍ୟ ପାଇଁ ମୁଣ୍ଡ ବ
ମାଓ ମୁକ୍ତ ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲାରୁ ଲୁଟ ୪ ଟନ ବିସ୍ଫୋରକ ଏବେ ଝାଡଖଣ୍ଡ ରାଜ୍ୟ ଲାଗି ମୁଣ୍ଡବିନ୍ଧାର କାରଣ, କମ୍ବିଂ ଜାରି


ରାଉରକେଲା, ୩୧ ମଇ (ହି.ସ.)- ସୁନ୍ଦରଗଡ ଜିଲ୍ଲା ଯାହା ମାଓ ମୁକ୍ତ ଜିଲ୍ଲା ଭାବେ ୪ ବର୍ଷ ଆଗରୁ ସରକାର ଘୋଷଣା କରିସାରିଛନ୍ତି ସେହି ଜିଲ୍ଲାର ରାଉରକେଲା ପୁଲିସି ବ୍ୟବସ୍ଥା ଭିତରୁୁ ସକାଳ ସମୟରେ ୪ ଦିନ ଆଗରୁ ଲୁଟ ହୋଇଥିବା ୪ ଟନ ତଥା ୨୦୦ ପ୍ୟାକେଟ ବିସ୍ଫୋରକ ଏବେ ଝାଡଖଣ୍ଡ ରାଜ୍ୟ ପାଇଁ ମୁଣ୍ଡ ବିଦ୍ଧାର କାରଣ ହୋଇଛି, କାରଣ ଏବେ ଝାଡଖଣ୍ଡରେ ମାଓ କାର୍ଯ୍ୟକଳାପ ସକ୍ରୀୟ ରହିବା ସହ ପ୍ରତି ମୁହୁର୍ତରେ ପୋଲିସ-ମାଓବାଦୀ ମୁହାଁମୁହିଁ ହେଉଛନ୍ତି। ଏପଟେ ମାଓମୁକ୍ତ ପୁଲିସ ଜିଲ୍ଲାରେ ମାଓବାଦୀ ମାନେ ଅଧିକ ସକ୍ରୀୟ ରହିବା ସହ ଏଠାରୁ ଖାଇ ଝାଡ଼ଖଣ୍ଡରେ ଲୀଳା ଲଗାଇ ଶେଷରେ ବାରୁଦ ଲୁଟି ନେବାରେ ସଫଳ ହୋଇଥିଲେ ବି ଓଡିଶା ପୁଲିସ ବ୍ୟବସ୍ଥା କିଂ କର୍ତବ୍ୟବିମୁଢ ହୋଇ ଖାଲି କହୁଛି କମ୍ବିଂ ଚାଲିଛି ବହୁଳ ପରିମାଣରେ ଜବତ ହୋଇଛି ବାରୁଦ, କିନ୍ତୁ କେତେ ଜବତ ହୋଇଛି ତାହା ଷ୍ପଷ୍ଟ କରିପାରୁନାହିଁ ପୁଲିସ। ଯେଉଁଥିଲାଗି ଲୁଟ ହୋଇଥିବା ବାରୁଦ ପେଟୀ ଝାଡଖଣ୍ଡ ରାଜ୍ୟ ତଥା ସରଣ୍ଡା ଭିତରେ କାମ କରୁଥିବା ପୁଲିସ ଜବାନଙ୍କ ଜୀବନ ଲାଗି ବିପଦ ସୃଷ୍ଟି କରିଛି । ରାଉରକେଲା ପୁଲିସ ଜିଲ୍ଲାର କେ. ବଲାଙ୍ଗ ଥାନା ଇଲାକାରେ ଥିବା ଏକ ଖଣିକୁ ଆସିଥିବା ଏହି ବାରୁଦ ବୋଝେଇ ଟ୍ରକ କୁ ମାଓବାଦୀମାନେ ୪ ଦିନ ତଳେ ସକାଳେ ଲୁଟିବା ସହ ଜଙ୍ଗଲକୁ ଚାଲିଯାଇଥିଲେ। ଘଟଣାର ଦିନକ ପରେ ପୁଲିସ ଖବରପାଇ ତଦନ୍ତ କଲା ବେଳକୁ ଏନଆଇଏ ଆସିଲା ବେଳକୁ ମାଓବାଦୀ ମାନେ ସେଗୁଡିକୁ ବିଭିନ୍ନ ଯାଗାକୁ ପଠାଇଦେଇ ପୁଲିସକୁ ଜବାବ ଦେବାରେ ଲାଗିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ ଝାଡଖଣ୍ଡ ପୁଲିସର ଚିନ୍ତା ବଢିଯାଇଥିବା ବେଳେ ସରଣ୍ଡାରେ ଝାଡଖଣ୍ଡ ପୁଲିସ ଏବେ ମାଓ ଅପରେସନରେ ବ୍ୟସ୍ତ ।

ସେପଟେ ରାଉରକେଲା ପୁଲିସ ଜିଲ୍ଲା ଅଁଚଳରେ ଥିବା ଖଣି ଗୁଡିକୁ ଆସୁଥିବା ବାରୁଦ ପେଟି ଗୁଡିକୁ ଲୁଟିବା ସୁବିଧା ହୋଇଥିବାରୁ ମାଓବାଦୀ ମାନେ ସରଣ୍ଡା, ବିଶ୍ରା, କୋଇଡା, ବଣେଇ ଆଖପାଖରେ ରହି ପାଖ ବଜାରରୁ ଖାଇବା ସାମଗ୍ରୀ ନେଇ ବେଶ ଆରାମରେ ତାଙ୍କ କାମ ଚଳାଇଛନ୍ତି । ରାଉରକେଲା ସମେତ

ଏହି ଜିଲ୍ଲାକୁ ମାଓ ମୁକ୍ତ ଘୋଷଣା କରି ସମସ୍ତେ ଆରାମରେ ଥିବାବେଳେ ମାଓବାଦୀ ମାନେ ଏବେ ଏହି ଜିଲ୍ଲାକୁ ନିଜର ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇ ଆରାମରେ କାମ ଚଳାଇଛନ୍ତି । ଅତିତ ଇତିହାସ କହେ ସେମାନେ ରାଉରକେଲା ସହର ଯାଏ ମଧ୍ୟ ଆସିବା ସହ ରେଳ ଧାରଣା ଉଡାଇବାକୁ ଉଦ୍ୟମ କରିଥିଲେ ।ଅନେକ ଚାନ୍ଦା ମଧ୍ୟ ଆଖ ପାଖରୁ ସେମାନେ ଆଦାୟ କରୁଥିଲେ। ସେ ସମୟର ଏସପି ଶ୍ରୀ ଲାଲ ଙ୍କ ସମୟରେ ଏମାନଙ୍କ ଅଁଟା ଭଙ୍ଗାଯାଇପାରିଥିଲା, ପରେ ଯେଉଁ ଏସପି ମାନେ ଆସିଲେ ସେମାନେ ମଧ୍ୟ ସତର୍କ ରହିବାରୁ ଏମାନଙ୍କର ଦାଉରୁ ସମସ୍ତେ ରକ୍ଷା ପାଇଥିଲେ । ତେବେ ବର୍ତମାନ ଜିଲ୍ଲାରେ ଗୁଇନ୍ଦା ବ୍ୟବସ୍ଥା ଭୁଷୁଡି ପଡିଥିବା ଓ ପୁଲିସ ଆରାମରେ ତାର ରୁଟିନ କାମ ସାରିଦେଇ ନିରବ ରହୁଥିବାରୁ କୋଇଡା, ବଣେଇ, କେବଲାଙ୍ଗ ପୁଲିସ ଅଁଚଳରେ ଆଜି ଏଭଳି ବାରୁଦ ଲୁଟ ଲାଗି ମାଓବାଦୀ ମାନେ ସାହାସ କଲେ ଯାହା ବର୍ତମାନ ପଡୋଶୀ ରାଜ୍ୟର ମୁଣ୍ଡ ବିନ୍ଧାର କାରଣ ହୋଇଛି ବୋଲି ମତ ପ୍ରକାଶ ପାଇଛି। ତେବେ ଲୁଟ ଦିନ ସେହି ବାରୁଦ ଗାଡିରେ କେତେ ବାରୁଦ କେଉଁଠୁ ଆସିଥିଲା, କେତେ ଲୁଟ ହେଲା କେତେ ଅଛି, ଗୋଦାମରେ ଆଗରୁ କେତେ ଥିଲା, ସେ ଅଁଚଳ ସମେତ

ବିଭିନ୍ନ ଖଣିର ବାରୁଦ ଗୋଦାମ ଗୁଡିକର କାଗଜପତ୍ର ସୁରକ୍ଷା ଲାଗି ଖଣିମାଲିକ ମାନେ କିପ୍ରକାର ବ୍ୟବସ୍ଥା କରିଛନ୍ତି ଏହିଭଳି ଅନେକ ପ୍ରଶ୍ନ ଏବେ ଠିଆ ହୋଇଥିଲେ ବି ପୁଲିସ ବ୍ୟବସ୍ଥା ତାହାର ଉତର ଏଯାଏ ଦେଇପାରିନାହିଁ । ଯଦି ମାଓ ସ୍ଥିତି ଏଇଆ ତେବେ ସୁନ୍ଦରଗଡ ଜିଲ୍ଲା ସମେତ ରାଉରକେଲାର ଏହି ସବୁ

ଅଁଚଳ କେତେ ସୁରକ୍ଷିତ ତାହା ଚିନ୍ତା କରିବାର ସମୟ ବର୍ତମାନ ଆସିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ହିନ୍ଦୁସ୍ଥାନ ସମାଚାର / କାଳୀପ୍ରସାଦ


 rajesh pande