ଆସନ୍ତା କାଲି ୭୫ ଟି ଗୋଶାଳାକୁ ମୁଖ୍ୟମନ୍ତ୍ରୀ ୧୦ କୋଟି ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ – ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଭୁବନେଶ୍ୱର, 31 ମେ (ହି.ସ.) ଦୁଗ୍ଧ ଚାଷ କୁ ଦ୍ୱିଗୁଣିତ କରିବେ ରାଜ୍ୟ ସରକାର। ଏଥିପାଇଁ ଆସନ୍ତା କାଲି ଦୁଗ୍ଧ ଦିବସ ଅବସରରେ ୭୫ ଟି ଗୋଶାଳାକୁ ମୁଖ୍ୟମନ୍ତ୍ରୀ ୧୦ କୋଟି ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବେ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ପୂର୍ବରୁ ୬୬ ଟି ଗୋଶାଳା କୁ ୯ କୋଟି ୮୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି କାମଧେନୁ ଯୋଜନାରେ ଦୁଇଟି ଗାଈ ୭୦ ପ୍ରତିଶତ ସବସିଡ଼ି ରେ ଯୋଗାଇ ଦେଉଛୁ । ଓମ୍ଫେଡ଼ କୁ ଅଧିକ କ୍ରିୟାଶୀଳ କରାଯାଉଛି । ତା ସହ ଚାଷୀ ଙ୍କୁ ଗୋ ଖାଦ୍ୟ ଓ ଘାଷ ଚାଷ ପାଇଁ ବି ପ୍ରୋତ୍ସାହନ ଯୋଗାଇ ଦେଇଛୁ । ରାଜ୍ୟରେ କିପରି ଦୁଗ୍ଧ ଚାଷ ଅଧିକ ହେବ ସେ ନେଇ ରାଜ୍ୟ ସରକାର ସବୁ ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ

 rajesh pande