ଯାଜପୁର ଏଏସପି ଅନିରୁଦ୍ଧ ରାଉତରାୟଙ୍କ ଏସପି ର‌୍ୟାାଙ୍କକୁ ପଦୋନ୍ନତି
କୋରେଇ, ୩୧ ମଇ (ହି.ସ.)- ପାଣିକୋଇଲିସ୍ଥିତ ଯାଜପୁର ଜିଲ୍ଲା ପୁଲିସ ମୁଖ୍ୟାଳୟର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟରତ ଅନିରୁଦ୍ଧ ରାଉତରାୟଙ୍କୁ ଆରକ୍ଷୀ ଅଧିକ୍ଷକ ରୂପେ ପଦୋନ୍ନତି କରାଯାଇଛି । ଏନେଇ ଓଡିଶା ରାଜ୍ୟ ସରକାଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ମୋଟ ୧୬ ଜ
ଯାଜପୁର ଏଏସପି ଅନିରୁଦ୍ଧ ରାଉତରାୟଙ୍କ ଏସପି ର‌୍ୟାାଙ୍କକୁ ପଦୋନ୍ନତି


କୋରେଇ, ୩୧ ମଇ (ହି.ସ.)- ପାଣିକୋଇଲିସ୍ଥିତ ଯାଜପୁର ଜିଲ୍ଲା ପୁଲିସ ମୁଖ୍ୟାଳୟର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବେ କାର୍ଯ୍ୟରତ ଅନିରୁଦ୍ଧ ରାଉତରାୟଙ୍କୁ ଆରକ୍ଷୀ ଅଧିକ୍ଷକ ରୂପେ ପଦୋନ୍ନତି କରାଯାଇଛି । ଏନେଇ ଓଡିଶା ରାଜ୍ୟ ସରକାଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର ମୋଟ ୧୬ ଜଣ ଏଏସପିଙ୍କୁ ଏସପି ର‌୍ୟାଙ୍କଙ୍କୁ ପଦୋନ୍ନତି କରାଯାଇଛି । ଏହି କ୍ରମରେ ଯାଜପୁର ଜିଲ୍ଲା ଶ୍ରୀ ରାଉତରାୟ ପଦୋନ୍ନତି ପାଇଛନ୍ତି । ଏହି ଖବର ଯାଜପୁର ଜିଲ୍ଲା ପୁଲିସରେ ଖୁସିର ଲହରୀ ଖେଳାଇଦେଇଛି । ଶ୍ରୀ ରାଉତରାୟ ଜଣେ ଦକ୍ଷ ପୁଲିସ ଅଧିକାରୀ ହୋଇ କାର୍ଯ୍ୟକରିବା ସହିତ ତାଙ୍କ ମିଷ୍ଟ ଭାଷା, ସାଧାରଣ ଲୋକଙ୍କ କଥାକୁ ଶୁଣି କାର୍ଯ୍ୟାନୁଷ୍ଠାନ ନେବା ତାଙ୍କୁ ଜିଲ୍ଲାରେ ଲୋକପ୍ରୀୟତା କରାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ଶ୍ରୀ ରାଉତରାୟଙ୍କ ନିକଟକୁ ଶୁଭେଚ୍ଛାର ସୁଅ ସୁଟିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande