ସ୍କୁଟି ସହ ବାଇକ ଧକ୍କା, ୨ ଆହତ
କୋରେଇ, ୩୧ ମଇ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଯାଜପୁରରୋଡ ରାସ୍ତାର ପାତ୍ର ପେଟ୍ରୋଲ ପମ୍ପ ନିକଟରେ ସ୍କୁଟି ସହ ବାଇକ ଧକ୍କା ହେବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପେଟ୍ରୋଲ ପମ୍ପରୁ ତେଲପକାଇ ବାହାରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବଡବିରୁହାଁରେ କ
ସ୍କୁଟି ସହ ବାଇକ ଧକ୍କା, ୨ ଆହତ


କୋରେଇ, ୩୧ ମଇ (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥର ପାଣିକୋଇଲି ଯାଜପୁରରୋଡ ରାସ୍ତାର ପାତ୍ର ପେଟ୍ରୋଲ ପମ୍ପ ନିକଟରେ ସ୍କୁଟି ସହ ବାଇକ ଧକ୍କା ହେବାରୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ପେଟ୍ରୋଲ ପମ୍ପରୁ ତେଲପକାଇ ବାହାରିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ବଡବିରୁହାଁରେ କାର୍ଯ୍ୟ କରୁଥିବା ଦୁଇ ବଂଗାଳୀ ମିସ୍ତ୍ରୀ ପି. ଆରୁଲ ଓ ମୁର୍ସିଦ ମୁଦସର ପେଟ୍ରୋଲ ପମ୍ପରୁ ବାହାରୁଥିବା ବେଳେ ସିଧା ସଳଖ ଏକ ବାଇକ ସହ ଦୁର୍ଘଟଣା ହୋଇଥିଲା । ଉଭୟ ଗୁରୁତର ଭାବେ ଆହତ ହୋଇଥିବା ବେଳେ ରାଜପଥ ପେଟ୍ରୋଲିଂଗ ଘଟଣାସ୍ଥଳରେ ପହଂଚି ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande