କୋରେଇ, ୩୧ ମଇ (ହି.ସ.)- ପବିତ୍ର ଶିବ ପାର୍ବତୀ ବିବାହ ଅବସରରେ ଗୋଳେଇପୁର ପଂଚାୟତର ସୋତି ଗ୍ରାମର ଆରାଧ୍ୟ ଦେବତା ବାବା ଇଶାନେଶ୍ୱର ମହାଦେବଙ୍କ ବିବାହ ଉତ୍ସବ ବୈଦିକ ରୀତି ଅନୁଯାୟୀ ମହାସମାରୋହରେ ପାଳିତ ହୋଇଯାଇଛି । ଗ୍ରାମର ବେଦଜ୍ଞ ବ୍ରାହ୍ମଣ ନୀଳମଣି ପଣ୍ଡା ସହଯୋଗୀ ଗଦାଧର ଦାଶ, ନାରାୟଣ ପଣ୍ଡା, ବିଶ୍ୱନାଥ ପଣ୍ଡା, ତ୍ରୀନାଥ ପଣ୍ଡାଙ୍କ ତତ୍ୱାବଧାନରେ ଆୟୋଜିତ ଉକ୍ତ ବିବାହ ଉତ୍ସବରେ କନ୍ୟାପିତା ଭାବେ ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ଅଦୈତ୍ୟ ଚରଣ ଦାଶ ଓ ସହଧର୍ମିଣୀ ପଦ୍ମାବତୀ ଦାଶ ଯୋଗ ଦେଇଥିବା ବେଳେ ବରପିତା ଭାବେ ଗ୍ରାମର ମଧୁସୁଦନ ଦାଶ ଓ ସହଧର୍ମିଣୀ ମିତାଂଜଳୀ ଦାଶ ଯୋଗ ଦେଇ ବିବାହ କାର୍ଯ୍ୟ ସମ୍ପାଦନ କରିଥିଲେ । ପ୍ରତ୍ୟୁୁଷରେ ସୁର୍ଯ୍ୟପୁଜା ,ଗୋମାତା ପୁଜା ପରେ ହୋମ ଯଜ୍ଞ ଅନୁଷ୍ଠିତ ହୋଇ ବିବାହ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ସମସ୍ତ କାର୍ଯ୍ୟକୁ ପ୍ରଫୁଲ୍ଲ କୁମାର ପାଳ, କୃତିବାସ ଖଣ୍ଡାଇ, ଗୋପାଳ ଚନ୍ଦ୍ର ଦାଶ, ବିନୋଦ ଦଳାଇ, ଅଲେଖ ଦାଶ, ଶିବ ବାରିକ, ଚିନ୍ତାମଣୀ ଦାଶ, କୃଷ୍ଣଚନ୍ଦ୍ର ଦାଶ, ସୁର୍ଯ୍ୟମଣି ସାହୁ , ରବି ନାୟକ, ସୁଲୋଚନା ପଣ୍ଡା, ବିଣାପାଣୀ ମଲ୍ଲିକ, ଅଭୟ କୁମାର ସ୍ୱାଇଁ, ନବ କିଶୋର ଦାଶ, ମହେନ୍ଦ୍ର କୁମାର ଦାଶ, ବିବେକାନନ୍ଦ ଦାସ, ବଟକୃଷ୍ଣ ମହାପାତ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ