ଭୁବନେଶ୍ୱର, 31 ମେ (ହି.ସ.) ଆଜି ହେଉଛି ବିଶ୍ୱ ତମାଖୁ ବର୍ଜନ ଦିବସ। ଏହି ଅବସରରେ ରୋଟାରୀ ଇଣ୍ଟର ନ୍ୟାସନାଲ କ୍ଲବ ପକ୍ଷରୁ ସଚେତନତା ବାର୍ତା ଲାଗି ସାଇକ୍ଲୋଥନ ଅନୁଷ୍ଠିତ ହୋଇଛି।
ଏହି ଅବସରରେ ବିଶେଷଜ୍ଞ ମାନେ କହିଛନ୍ତି ଯେ ତମାଖୁକୁ ନା କରିବା ଆବଶ୍ୟକ । ନିଜ ନ ଖାଇବା ସହିତ ଅନ୍ୟ 5 ଜଣକୁ ନ ଖାଇବା ଲାଗି ପ୍ରେରିତ କରାଯିବା ଆବଶ୍ୟକ । ତମାଖୁ ସେବନ ଦ୍ୱାରା 36 ପ୍ରତିଶତ କ୍ୟାନସର ହୋଇଥାଏ। ସିଗାରେଟ , ମଦ୍ୟପାନ ହେଉ କି ଗୁଟକା ଦ୍ୱାରା ମଧ୍ୟ ଶରୀରର କ୍ଷତି ହେଉଛି। ଏହା ଦ୍ୱାରା ଫୁସଫୁସ, ଖାଦ୍ୟନଳୀ, ବ୍ରେଷ୍ଟ କ୍ୟାନ୍ସର ହୋଇଥାଏ। କ୍ୟାନସର ରୋକିବାକୁ ହେଲେ ସଚେତନତା ଜରୁରୀ । ଏବେ ତମାଖୁ କୁ ନେଇ ଡିଜିଟାଲ ମିଡିଆରେ ଅଧିକ ପ୍ରଚାର ହେଉଛି। ଆଜିର କାର୍ଯ୍ୟକ୍ରମକୁ ନେଇ ଓଡିଶା ରେ ବିଭନ୍ନ ଜାଗାରେ ସାଇକ୍ଲୋଥନ ଅନୁଷ୍ଠିତ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ