ଜାରକା ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ଦୃବ୍ୟବହାର
ଧର୍ମଶାଳା,୩୧ମଇ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଜାରକା ଷ୍ଟେଟ ବ୍ୟାଙ୍କ ଶାଖାକୁ କାମରେ ଆସିଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ଷ୍ଟାଫମାନେ ଦୁର୍ବ୍ୟବହାର କରିଛନ୍ତି । ସୂଚନା ମୁତାବକ କଲଣ ଅଂଚଳର ଅବସର ପ୍ରାପ୍ତ ପୁଲିସ ଅଧିକାରୀ ତଥା ସିନିଅର ସିଟିଜେନ ଜଗବନ୍
ଜାରକା ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କ ଦୃବ୍ୟବହାର


ଧର୍ମଶାଳା,୩୧ମଇ (ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଜାରକା ଷ୍ଟେଟ ବ୍ୟାଙ୍କ ଶାଖାକୁ କାମରେ ଆସିଥିବା ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ତାଙ୍କ ପତ୍ନୀଙ୍କୁ ଷ୍ଟାଫମାନେ ଦୁର୍ବ୍ୟବହାର କରିଛନ୍ତି । ସୂଚନା ମୁତାବକ କଲଣ ଅଂଚଳର ଅବସର ପ୍ରାପ୍ତ ପୁଲିସ ଅଧିକାରୀ ତଥା ସିନିଅର ସିଟିଜେନ ଜଗବନ୍ଧୁ ଓଝା ଓ ତାଙ୍କ ପତ୍ନୀ ଙ୍କୁ ଚାରି ମାସ ପୂର୍ବରୁ କେୱାଇସି କରିବା ପାଇଁ ମେସେଜ୍ ଆସିଥିଲା । ସେବେଠାରୁ ସେ ବାରମ୍ୱାର ବ୍ୟାଙ୍କକୁ ଦୌଡି ହତାଶ ହୋଇ ଫେରିଥିଲେ । ତେବେ ଗତକାଲି ଅବସରପ୍ରାପ୍ତ ପୁଲିସ ଅଧିକାରୀ ଜଣକ ଏହି କାମରେ ଏକା ବ୍ୟାଙ୍କୁ ଆସିଥିବା ବେଳେ ତାଙ୍କ ପତ୍ନୀଙ୍କୁ ସାଙ୍ଗରେ ଧରି ଆସିବାକୁ ବ୍ୟାଙ୍କ ପକ୍ଷରୁ କୁହାଯାଇଥିଲା । ଆଜି ସେ ତାଙ୍କ ପତ୍ନୀକୁ ସାଙ୍ଗରେ ଧରି ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କ୍ ଟି ଉପର ମହଲା ରେ ହୋଇ ଥିବା ବେଳେ ବୃଦ୍ଧା ଜଣଙ୍କର ଆଣ୍ଠୁ ରେ ସମସ୍ୟା ଥିବାରୁ ସେ ବାରମ୍ୱାର ଉପରକୁ ଚଢିବା ରେ ସମସ୍ୟା ହୋଇ ଥିବା କହିବା ସହ ଡାକ୍ତର କାଗଜ ପତ୍ର ମଧ୍ୟ ବ୍ୟାଙ୍କ୍ ମ୍ୟାନେଜର ଙ୍କୁ ଦେଖାଇ ଥିଲେ । କିନ୍ତୁ ବ୍ୟାଙ୍କ ମ୍ୟାନେଜର ଶସ୍ମିତା ମଲିକ ତାଙ୍କ ସହିତ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏ ବିଷୟରେ ଖବର ପାଇ ଜଣେ ୱେବ୍ ଖବରଦାତା ପଚାରି ବୁଝି ବାକୁ ଯାଇଥିବା ବେଳେ ବ୍ୟାଙ୍କ୍ ମ୍ୟାନେଜର ନିଜର କ୍ଷମତା କୁ ଅପ ବ୍ୟବାହର କରି ବ୍ୟାଙ୍କ ରେ ସୁରକ୍ଷା ପାଈଁ ଥିବା ସାଇରନ୍ ଟିକୁ ବଜାଇବା ସହ ବ୍ୟାଙ୍କ୍ ଗେଟ୍ ଟିକୁ ଚାବି ପକାଇ ଦେଇଥିଲେ । ଏହା ଦୀର୍ଘ ସମୟ ଧରି ଓ ଜୋର୍ ଶବ୍ଦ କରି ବାଜିବା ଫଳରେ ବ୍ୟାଙ୍କ୍ ଭିତରେ ଥିବା କିଛି ବୟସ୍କ ମହିଳା ଓ ପୁରୁଷ ବ୍ୟକ୍ତି ମାନେ ଭୟବିତ ହେବା ସହ ଅବସର ପ୍ରାପ୍ତ ପୋଲିସ ଅଧିକାରୀ ଙ୍କ ପତ୍ନୀ ଅସୁସ୍ଥ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହି ସମୟ ରେ ବ୍ୟାଙ୍କ୍ ମ୍ୟାନେଜର ନିଜ କ୍ୟାବିନ ରେ ବସି ରହି ଥିଲେ ତାଙ୍କୁ ସାଇରନ ବନ୍ଦ କରିବା ପାଇଁ ଲୋକେ କହି ଥିଲେ ବି ବନ୍ଦ କରି ନଥିବା ବେଳେ ନିଜ ମାନବିକତା ଦୃଷ୍ଟି ରୁ ମଧ୍ୟ ସେଠାକୁ ଆସି ନଥିଲେ । ପୁଲିସ ପହଂଚିିବା ପରେ ସାଇରନ ବନ୍ଦ ହୋଇ ଥିଲା । ଏହି ବ୍ୟାଙ୍କ୍ ନିକଟରେ ଆଉ ଏକ ବ୍ୟାଙ୍କ୍ ରହିବା ସହ ଅନେକ ଦୋକାନ ମଧ୍ୟ ରହିଛି । ସାଇରନ ବାଜିବା ଦ୍ୱାରା ପାଖ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମାନେ ଭାୟବିତ ହେବା ସହ ଲୋକେ ଆତଙ୍କିତ ହୋଇ ଉଠିଥିଲେ । ପରେ ଘଟଣା ସଂପର୍କ ରେ ଜାଣିବା ପରେ ସାଇରନ୍ ବାଜି ଥିବା କୁ ନେଇ ଲୋକେ ବ୍ୟାଙ୍କ୍ କର୍ତୁପକ୍ଷ ଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇ ଛନ୍ତି । କିଛି ଦିନ ପୁର୍ବରୁ ଆଉ ଜଣେ ଗ୍ରାହକ ଷ୍ଟେଟମେଂଟ ଆଣିବା ପାଇଁ ଯାଇଥିବା ବେଳେ ବ୍ୟାଙ୍କ୍ ମ୍ୟାନେଜର କୌଣସି ଟିକେ କଥାରେ ରାଗି ଯାଇଁ ଉକ୍ତ ଗ୍ରାହକଙ୍କୁ ପୁଲିସ ଜିମା ଦେଇଥିଲେ । ବ୍ୟାଙ୍କ୍‌ରେ ଉକ୍ତ ମ୍ୟାନେଜର ତାଲିବାନି ଶାସନ କରୁଥିବା ବେଳେ ଷ୍ଟେଟ ବ୍ୟାଙ୍କ ଗ୍ରାହକ ମାନେ ଉତମ ସେବାରୁ ବଂଚିତ ହେଉଛନ୍ତି । ବ୍ୟାଙ୍କ ପରିଚାଳିକାଙ୍କ ଦ୍ୱାରା ଏଭଳି ଘଟଣା ବାରମ୍ବାର ଘଟି ଚାଲିଥିବା ବେଳେ ଉପରିସ୍ଥ ଅଧିକାରୀମାନେ ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ନେଇ ଗ୍ରାହକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ବ୍ୟାଙ୍କରେ ନିୟୋଜିତ ଉକ୍ତ ମହିଳା ପରିଚଳିକାଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ସାଧାରଣରେ ଦାବି ହୋଇଛି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande