ସ୍ନାନପୂର୍ଣ୍ଣିମାରେ ଉଠିବ ଚାରି ନାହାକା : ଅଖଚକ, ଦଣ୍ଡା, ଗରଗରା ପ୍ରସ୍ତୁତ
ପୁରୀ, ୩୧ ମଇ (ହି.ସ.)- ଜୁନ ୧୧ ତାରିଖରେ ପବିତ୍ର ସ୍ନାନପୂର୍ଣ୍ଣିମା । ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନ ଛାଡି ପହଣ୍ଡି ହୋଇ ସ୍ନାନ ମଣ୍ଡପରେ ବିଜେ କରିବେ । ସେହିଦିନ ପ୍ରତି ରଥରେ ଚାରି ନାହାକା ଉଠିବ । ଏଥିପାଇଁ ୪୨ ଚକ ୨୧ ଅଖ ସଂଯୋଗ ହୋଇ ରଥଖଳାରେ ଡେରା ହୋଇଛି । ଅଖକୁ ବାନ୍ଧି ରଖିବା
ସ୍ନାନପୂର୍ଣ୍ଣିମାରେ ଉଠିବ ଚାରି ନାହାକା ଅଖଚକ ଦଣ୍ଡା ଗରଗରା ପ୍ରସ୍ତୁତ


ସ୍ନାନପୂର୍ଣ୍ଣିମାରେ ଉଠିବ ଚାରି ନାହାକା ଅଖଚକ ଦଣ୍ଡା ଗରଗରା ପ୍ରସ୍ତୁତ


ସ୍ନାନପୂର୍ଣ୍ଣିମାରେ ଉଠିବ ଚାରି ନାହାକା ଅଖଚକ ଦଣ୍ଡା ଗରଗରା ପ୍ରସ୍ତୁତ


ପୁରୀ, ୩୧ ମଇ (ହି.ସ.)- ଜୁନ ୧୧ ତାରିଖରେ ପବିତ୍ର ସ୍ନାନପୂର୍ଣ୍ଣିମା । ଚତୁର୍ଦ୍ଧାମୂର୍ତ୍ତି ରତ୍ନସିଂହାସନ ଛାଡି ପହଣ୍ଡି ହୋଇ ସ୍ନାନ ମଣ୍ଡପରେ ବିଜେ କରିବେ । ସେହିଦିନ ପ୍ରତି ରଥରେ ଚାରି ନାହାକା ଉଠିବ । ଏଥିପାଇଁ ୪୨ ଚକ ୨୧ ଅଖ ସଂଯୋଗ ହୋଇ ରଥଖଳାରେ ଡେରା ହୋଇଛି । ଅଖକୁ ବାନ୍ଧି ରଖିବା ପାଇଁ ଦଣ୍ଡା ବାଡିଆ ହୋଇ ଦୁଇଟି ଲେଖାଏଁ ପ୍ରତି ରଥରେ ଗରଗରା ପଡିଡ। ଗରଗରାରେ ଚାରଟି ବିନ୍ଧ କରାଯାଇ ଚାରି ନାହାକା ଫିଟିଙ୍ଗ ହେବ । ପବିତ୍ର ଅକ୍ଷୟ ତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ଯ ଆରମ୍ଭ ହୋଇଥିଲା । ଶ୍ରୀକ୍ଷେତ୍ର ଭଉଁରି ଦିନ ପ୍ରତି ରଥର ଦୁଇଟି ଚକ ସହ ଅଖ ସଂଯୁକ୍ତ କରାଯାଇ ତିନୋଟି ଅଲଗା ଅଲଗା ସ୍ଥାନରେ ଦଣ୍ଡାୟମାନ କରାଯାଇଛି । ନାହାକା ଚକଅଖ ପରେ ଅନ୍ଯ ଅଖ ଓ ଚକ ପର୍ଯ୍ଯାୟ କ୍ରମେ ଡେରା ଯିବ । ଚକ ନିର୍ମାଣ ପାଇଁ ଅଧିକ ସମୟ ଲାଗିଥାଏ । ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ୧୬ଟି ଚକ ୮ଟି ଅଖ, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥରେ ୧୪ଟି ଚକ ଓ ୭ଟି ଅଖ ଓ ମା ସୁଭଦ୍ରାଙ୍କ ଦର୍ପଦଳନ ରଥରେ ୧୨ଟି ଚକ ଓ ୬ଟି ଅଖ ସଂଯୋଗ କରାଯାଇ ଡେରା ଯିବ । ଅକ୍ଷୟ ତୃତୀୟା ପରଦିନ ଫାଶି କାଠଗଣ୍ଡିରେ ରଥ ଅମିନ ମାପଚୂପ ଦେବା ପରେ ତୁମ୍ବ କଟା ଆରମ୍ଭ ହୋଇଥିଲା । କରତୀ ସେବକ କାଠ ଗଣ୍ଡି ଗୁଡିକ କାଟିଥିଲେ । ସୂତାର ସେବକ ମାନେ କଳା ସୂତାରେ ଚିହ୍ନଟ କରିଥିଲେ । ମହାରଣା ମାନେ ତୁମ୍ବକୁ ମର୍ଦଳ ପରି ଗୋଲାକାର କରିବା ସହ ମାଠେଣି କରିଥିଲେ । ଗୋଟିଏ ତୁମ୍ବ ପୋଲା ପଡିବାରୁ ନୂଆ ତୁମ୍ବ କଟାଯାଇଥିଲା । ତୁମ୍ବ ଗୁଡିକରେ ତିନି ଗୁଣନ ପାଞ୍ଚ ଇଞ୍ଚର ବିନ୍ଧ କରାଯାଇଥିଲା । ପ୍ରତି ତୁମ୍ବରେ ୧୬ ଯୋଡା ବିନ୍ଧ କରାଯାଇଥିଲା । ପରେ ପରେ ଅର ସଂଯୋଗ ପାଇଁ ଅରବିନ୍ଧ କରାଯାଇଥିଲା । ତୁମ୍ବ ବଳା ଓ ତୁମ୍ବ ପନ୍ଦାରି ପାଇଁ ଗାଢ କରାଯାଇଥିଲା । ତୁମ୍ବରେ ଅଖବିନ୍ଧ ପାଇଁ ମେସିନ ସାହାଯ୍ଯରେ ଦୁଇ ଇଞ୍ଚିଆ ଗାତ ଖୋଳିବା ପରେ ପନ୍ଦାରି ମାପର ଅଖବିନ୍ଧ ପାଇଁ ବଡ ନିହଣ ସାହାଯ୍ଯରେ ଅଖବିନ୍ଧ କରାଯାଇଥିଲା । ନୃସିଂହ ଚତୁର୍ଦ୍ଦଶୀ ଦିନ ତୁମ୍ବରେ ଅର ସଂଯୋଗ, ଗୁଜ ଅନୁକୂଳ ପୂଜା ଓ ଯନ୍ତା ଗାଡରେ ସିଙ୍ଗଡା ବାଡିଆ କାର୍ଯ୍ୟ ଆରମ୍ଭ ହୋଇଥିଲା । ରୂପକାର ସେବକ ମାନେ ଚଉପଟ ହୋଇଥିବା ସାଲଗୁଜରେ ଶ୍ରୀ ନୃସିଂହ ଦେବଙ୍କ ରୂପ ଖୋଦେଇ କରିଥିଲେ । ପ୍ରଥମେ ନାହାକା ଚକ ୬ଟି ସମ୍ପୂର୍ଣ୍ଣ କରାଯାଇଥିଲା । ନାହାକା ଅଖ ନିର୍ମାଣ ଅନୁକୂଳ କରାଯାଇ ତୁମ୍ବ ଭିତରେ ଅଖ ପସିବା ପାଇଁ ଗୋଲେଇ ଓ ମାଠେଣି କରାଯାଇଥିଲା । ରୂପକାର ସେବକ ମାନେ ୧୧ଟି ସାଲଗୁଜରେ ଖୋଦେଇ କାର୍ଯ୍ଯ ଜାରି ରଖିଛନ୍ତି । ୧୨ ଫୁଟିଆ ପ୍ରଥମ ଭୂଇଁ ଓରା ଚଉପଟ ଓ ବିନ୍ଧ, ଭୂଇଁ ଖମ୍ବୀ ଚଉପଟ କରାଯାଇଥିଲା । ୧୧ଟି ସାଲଗୁଜ, ୨୪ଟି ତୀଖଗୁଜ, ୨୭ଟି ଜଳଯନ୍ତ୍ର, ୩୨ଟି କୁଡୁକା, ୧୨ଟି ଓରା, ପ୍ରଥମ ଭୂଇଁ ଖମ୍ବୀ ୧୨ଟି ନିର୍ମାଣ କରାଯାଇ ରଥଖଳାରେ ରଖାଯାଇଛି । ରଥ ନିର୍ମାଣର ଚବିଶତମ ଦିବସରେ ୧୪ ନାହାକା ଚଉପଟ କାମ ହୋଇଥିଲା । ଭୂଇଁ ଚଉତା, ବିନ୍ଧ କାମ, ପାଖୁଡା ବିନ୍ଧ, ପ୍ରଥମ ଭୂଇଁ, ଦ୍ବିତୀୟ ଭୂଇଁ ଆଗ ମୁହାଁଟ କାମ ଆଗେଇ ଚାଲିଛି । ଅଖ, କୁଟୁକା, ଗୟଳ, ନିରାଡିକୁ ମଜବୁତ କରି ବାନ୍ଧି ରଖିବ ୧୮ ଫୁଟିଆ ଯୋକା । ପ୍ରତି ରଥର ବ୍ରେକ ପାଇଁ ୪୦ ଫୁଟିଆ ବ୍ରେକ ଅଖ ଚଉପଟ କରାଯାଉଛି । ୪୦ ଫୁଟିଆ ଧଉରା କାଠରେ ଚାରି ନାହାକା ଗରଗରା, ପୋଲ ଗୟଳ କାମ ଆଗେଇ ଚାଲିଛି । ପଞ୍ଚଦଣ୍ଡା ଚଉପଟ ପାଇଁ କାଠ ସାଇତା ହେବା ପରେ ଚଉପଟ କାମ ଆରମ୍ଭ ହୋଇଥିଲା । ୧୪ ନାହାକାର ଚଉପଟ କାମ ଶେଷ ହୋଇଛି । ଏବେ ରୂପକାର ସେବକ ମାନେ ସିଂହାସନ ମୁହାଁଟ ଖୋଦେଇ କରୁଛନ୍ତି । ସାଲଗୁଜ ଖୋଦେଇ ଶେଷ ପର୍ଯ୍ଯାୟରେ ପହଞ୍ଚିଛି । ପ୍ରତି ରଥର ୮ଟି ଲେଖାଏଁ ନାଟ ଗୋଡରେ ଗନ୍ଧର୍ବ ରୂପ ଖୋଦେଇ ଆରମ୍ଭ ହୋଇଛି । ଶନିବାର ୩୧ ତମ ରଥନିର୍ମାଣ ଦିବସରେ ପୂର୍ବ କାମ ଜାରି ରହିଛି ।

ଦୋଳବେଦି ଅସ୍ଥାୟୀ କମାରଶାଳରେ ଦଣ୍ଡା ବାଡିଆ କଣ୍ଟା, ବିଡିଆ କଣ୍ଟା, ଗୟଳ କଣ୍ଟା ଓ ଗରଗର କଣ୍ଟା ନିର୍ମାଣ ଆଗେଇ ଚାଲିଛି । ରଥଖଳାରେ ମହାରଣା ସେବକ, ଭୋଇ ସେବକ, କରତୀ ସେବକ, ରୂପକାର ସେବକ, ତୁମ୍ବ ବିନ୍ଧ କାରୀଗର, ପାହି ମହାରଣା, ରଥଖଳା ସହାୟକ ଓ କମାର ସେବକ ରଥନିର୍ମାଣରେ ନିମଗ୍ନ ରହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande