ବ୍ରହ୍ମପୁରା ମନ୍ଦିର ଆଲୋକ ସୌନ୍ଦର୍ଯ୍ୟୀକରଣ ଲୋକାର୍ପିତ
ବ୍ରହ୍ମପୁରା ମନ୍ଦିର ଆଲୋକ ସୌନ୍ଦର୍ଯ୍ୟୀକରଣ ଲୋକାର୍ପିତ
ବ୍ରହ୍ମପୁରା ମନ୍ଦିର ଆଲୋକ ସୌନ୍ଦର୍ଯ୍ୟୀକରଣ ଲୋକାର୍ପିତ


ବ୍ରହ୍ମପୁରା ମନ୍ଦିର ଆଲୋକ ସୌନ୍ଦର୍ଯ୍ୟୀକରଣ ଲୋକାର୍ପିତ


ସମ୍ବଲପୁର, ୦୧, ଜୁନ୍ (ହି.ସ.) - କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଝାଡ଼ୁଆପଡ଼ା ବ୍ରହ୍ମପୁରା ମନ୍ଦିର ଆଲୋକ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଲୋକାର୍ପଣ କରିଛନ୍ତି । ହିଣ୍ଡାଲକୋ ସହାୟତାରେ କରାଯାଇଥିବା ଏହି ସୌନ୍ଦର୍ଯ୍ୟକରଣ ବେଶ୍ ଚିକ୍ଷାକର୍ଷକ ହୋଇଛି । ଏଥିରେ ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ, ଜିଲ୍ଲାପାଳ, ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଆଇଜି ହିମାଂଶୁ ଲାଲ, ଏସ୍‌ପି ମୁକେଶ ଭାମୁ, ଏସ୍‌ଏମ୍‌ସି କମିଶନର ବେଦଭୂଷଣ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଭିଷେକ ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଝାଡ଼ୁଆପଡ଼ା ଶୀତଳଷଷ୍ଠୀ ଯାତ୍ରାର ସଭାପତି ସରୋଜ ଦଲପତ, ଶୀତଳଷଷ୍ଠୀ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ସୁଶାନ୍ତ ପୁରୋହିତ, ସଂଜୟ ମିଶ୍ର ପ୍ରମୁଖ ମଧ୍ୟ ମାଂଚାସୀନ ଥିଲେ ।

-----------------

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande