ଭୁବନେଶ୍ୱର, 3 ଜୁନ୍ (ହି.ସ.)- ଦୁର୍ନୀତି
ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ । ପଞ୍ଚାୟତିରାଜ ବିଭାଗ ସ୍କାନରରେ ମୂଷା ପୁରୁଣା
ମୂଷା ହେଉ କି ନୂଆ ମୂଷା, ଦଣ୍ଡ ନିଶ୍ଚିତ ପାଇବେ । ମୂଷା ହୁଅନ୍ତୁ କି ବିରାଡ଼ି ସମସ୍ତେ ଆଇନ ଆଗରେ ସମାନ । ଆମେ
ଏଭଳି ମୂଷାଙ୍କୁ ଖୋଜୁଛୁ । ଏବେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଦୁର୍ନୀତି ପାଇଁ ମୁଁ ନିଜେ
୯ ଜଣ ଜେଇଓ ବିଡିଓଙ୍କୁ ନିଲମ୍ବନ କରିଛି ବୋଲି ପଂଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ କହିଛନ୍ତ ।
ଆମକୁ କିଛି ଅଭିଯୋଗ ଆସିଥିଲା । ତଦନ୍ତ
ନିର୍ଦ୍ଦେଶ ଦେଇଛୁ । ଯିଏ ଦୁର୍ନୀତି କରିବ ତା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି
ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା